(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ୧୯୮୮ ରୁ ପ୍ରତି ବର୍ଷ ମାର୍ଚ ୧୪ରେ ପାଳନ କରାଯାଉଛି ପାଇ ଦିବସ । । ଏହି ଦିନରେ ପାଳନ କରାଯିବାର କାରଣ , ଏହି ଗାଣିତିକ ସ୍ଥିରାଙ୍କରେ ପ୍ରଥମ ସଂଖ୍ୟାଗୁଡ଼ିକ ୩,୧ ଓ ୪ । ମାର୍କିନ ପଦାର୍ଥ ବିଜ୍ଞାନୀ ଲାରି ଓ ପ୍ରଥମ ଥର ପାଇଁ ସାନ୍ ଫ୍ରାନ୍ସିସ୍କୋରେ ଏହି ଦିବସ ପାଳନ କରିଥିଲେ । ସେ ଫ୍ରାନସିସ୍କୋରେ ଏହି ଦିବସ ପାଳନ କରିଥିଲେ । ସେ ପ୍ରିନଓ ଅଫ ପାଇ ଭାବେ ଜଣାଶୁଣା । ମାର୍ଚ୍ଚ ୧୪ ମଧ୍ୟ ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଆଲବର୍ଟ ଆଇନଷ୍ଟାଇନ୍ଙ୍କ ଜନ୍ମ ଦିବସ । ପାଇ ଏକ ଗ୍ରିକ୍ ଅକ୍ଷର । ଏହାର ସଂଖ୍ୟାତ୍ମକ ମାନେ କୌଣସି ବୃତ୍ତର ପରିଧି ଓ ବ୍ୟାସର ଅନୁପାତ ସହ ସମାନ । ୧୭୦୬ରେ ଉଇଲିୟମ୍ ଜୋନଓ ପାଇ ଚିହ୍ନର ବ୍ୟବହାର ଆରମ୍ଭ କରିଥିଲେ । ଚାରି ହଜାର ବର୍ଷ ତଳେ ବେବିଲୋନିଆନ୍ ଗାଣିତିଜ୍ଞମାନଙ୍କୁ ଏହା ବ୍ୟବହାର ଜଣାଥିଲା । ପ୍ରାଚୀନ ଇଜିପିଟ୍ରେ ଏହାକୁ ସ୍ୱର୍ଗୀୟ ମନେକରାଯାଉଥିଲା ଏବଂ ଲହାର ମୂଳତତ୍ତ୍ୱ ଅନୁଯାୟୀ ପିରାମିଡ଼ ଗଢାଯାଇଥିଲା ।