ଅଧା ରହିଗଲା ଜଗା ଦର୍ଶନ ,ଆଖି ବୁଜିଲେ ବରିଷ୍ଠ ଫଟୋଗ୍ରାଫର ଅଶୋକ ପଣ୍ଡା

ପବିତ୍ର ରଥଯାତ୍ରାରେ ଆଖି ବୁଜିଲେ ବରିଷ୍ଠ ଫଟୋଗ୍ରାଫର ଅଶୋକ ପଣ୍ଡା

(ଭୁବନେଶ୍ୱର) : ଅଧା ରହିଗଲା ଜଗା ଦର୍ଶନ I ପବିତ୍ର ରଥଯାତ୍ରାରେ ଆଖି ବୁଜିଲେ ବରିଷ୍ଠ ଫଟୋଗ୍ରାଫର ଅଶୋକ ପଣ୍ଡା। ଆଜି (ଶୁକ୍ରବାର) ରଥଯାତ୍ରାରେ ଫଟୋ ଉଠାଇବା ପାଇଁ ଭୁବନେଶ୍ଵରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ପୁରୀ ସାତଶଙ୍ଖ ନିକଟରେ ଦୁର୍ଘଟଣା ଘଟି ତାଙ୍କର ଦେହାନ୍ତ ହୋଇଛି।

ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା। ସେ ସମୟ ଖବରକାଗଜରେ ଫଟୋଗ୍ରାଫର ଭାବେ କାର୍ଯ୍ୟରତ ଥିଲେ। ମୃତ୍ୟୁ ବେଳକୁ ଅଶୋକ ପଣ୍ଡାଙ୍କ ବେକରେ ରଥଯାତ୍ରାର ଏକ କାର୍ଡନ ପାସ୍ ଝୁଲି ରହିଛି। ଏହି ଚିତ୍ର ସମସ୍ତଙ୍କୁ ବ୍ୟଥିତ କରିଛି।

ସୂଚନାନୁଯାୟୀ, ଅଶୋକ ପଣ୍ଡାଙ୍କ ମରଶରୀରକୁ ଏବେ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଛି। ପୋଷ୍ଟମର୍ଟମ ହେବା ପରେ ତାଙ୍କର ମରଶରୀର ପରିବାରକୁ ହସ୍ତାନ୍ତର କରାଯିବ। ସ୍ଵର୍ଗତ ପଣ୍ଡାଙ୍କ ଘର ମୟୁରଭଞ୍ଜ ଜିଲ୍ଲାର ବୈଶିଙ୍ଗାରେ I ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ମାତ୍ରେ ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି I