ଓଡ଼ିଶା ଲୋକ ଦେଖିବେ ବିଜେପି ଏକ ବର୍ଷରେ କିପରି କାମ କରିଛି: ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

0

 ଭୁବନେଶ୍ୱର:  ଝାଡ଼ଖଣ୍ଡ ରେ ପ୍ରବାସୀ ଓଡ଼ିଆ ସମାଜ ଅବହେଳିତ ଅଛି। ବିଭିନ୍ନ କ୍ଷେତ୍ରରେ ଅବହେଳିତ ଅଛନ୍ତି। ମୁଖ୍ୟମନ୍ତ୍ରୀ ସେଠି ଯାଇଥିଲେ। ପ୍ରବାସୀ ଓଡ଼ିଆଙ୍କ ଦୂରାବସ୍ଥା ଦେଖିଛନ୍ତି। ଦୀର୍ଘ ଦିନ ଧରି  ଗତ ଓଡ଼ିଶା ସରକାର ସେମାନଙ୍କ ସମସ୍ୟା ଅଣଦେଖା କରୁଥିଲେ।  ତାଙ୍କୁ ସାହାଯ୍ୟ କରିବା ପାଇଁ ଯେଉଁ ଯୋଜନା ଥିଲା ତାକୁ ପୂର୍ବ ସରକାର ବନ୍ଦ କରି ଦେଇଥିଲେ।  ବିଜେପି ସରକାର ପୁଣି ଥରେ ସମସ୍ତଙ୍କ ପାଇଁ କାମ କରିବାକୁ ଯୋଜନା ରଖିଛି।  ସେଠୀ ଆଗ ଓଡ଼ିଆ ପଢିବାକୁ ପ୍ରାଥମିକତା ଦିଆ ଯିବ।  ଅରାଜକତା ବିରୋଧରେ ସେଠୀ ଭୋଟ ଯାଉଚି।  ବିଜେପି ସପକ୍ଷରେ ଭୋଟ ଦେବା ପାଇଁ ସେଠିକାର ଲୋକ ମନସ୍ଥ କରିଛନ୍ତି।

ବର୍ଷେ ପରେ ବିଜେପି ହିସାବ ଦେବ।  ଲୋକ ଜାଣିବେ ନୂଆ ସରକାର ଓ ପୂର୍ବ ସରକାର କାମ ଭିତରେ ତଫାତ। ଚାରି ମାସ ଭିତରେ ଓଡ଼ିଶାରେ ନୂଆ ସରକାର ପର୍ଫର୍ମାନସ ଯାହା ତାହା ୨୪  ବର୍ଷ ଭିତରେ ହୋଇନି।  ବର୍ଷେ ସରିବା ପରେ ଓଡ଼ିଶା ଲୋକ ଦେଖିବେ ବିଜେପି ଏକ ବର୍ଷରେ କିପରି କାମ କରିଛି।  ବର୍ଷେ ପରେ  ଗତ ସରକାର ର ପ୍ରଥମ ବର୍ଷ ଓ ଆମ ନୁଆ ସରକାର ର ପ୍ରଥମ ବର୍ଷର ତୁଳନାତ୍ମକ ଚିତ୍ର ଓଡ଼ିଶା ବାସି ଦେଖିବେ।