ଭୁବନେଶ୍ୱର : ବିଭାଗୀୟ ଅଧିକାରୀଙ୍କୁ କୃଷି ବିଭାଗର ଚରମ ବାଣୀ | ସମ୍ପତ୍ତି ତାଲିକା ନ ଦେଲେ ଦରମା ବନ୍ଦ କରାଯିବ | ଚଳିତ ମାସ ଶେଷ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ, ତାଲିକା ନଦେଲେ ବନ୍ଦ ହେବ ଦରମା |
ଜାନୁଆରୀ 31 ତାରିଖ ଭିତରେ ସମ୍ପତ୍ତି ତାଲିକା ଦାଖଲ ନ କଲେ ଫେବୃଆରୀ ମାସରୁ ଦରମା ବନ୍ଦ ହୋଇଯିବ | କୃଷି ବିଭାଗର ପ୍ରମୁଖ ସଚିବ ଡ଼ ଅରବିନ୍ଦ ପାଢ଼ୀ ବିଭାଗର ସମସ୍ତ ମୁଖ୍ୟ ଅଧିକାରୀଙ୍କୁ ଏନେଇ ଚିଠି ଲେଖିଛନ୍ତି |