ଭାଇରଲ ହେଲା ବେଷ୍ଟ ଯୋଡ଼ି ପବନଦୀପ ଏବଂ ଅରୁଣିତାଙ୍କ ନୂଆ ଗୀତ
ନିକଟରେ ଇଣ୍ଡିଆନ୍ ଆଇଡଲର ବେଷ୍ଟ ଯୋଡ଼ି ପବନଦୀପ ରାଜନ ଏବଂ ଅରୁଣିତା କଞ୍ଜିଲାଲଙ୍କ ନୂଆ ଗୀତ ରିଲିଜ୍ ହୋଇଛି।
(ମୁମ୍ବାଇ) : ନିକଟରେ ଇଣ୍ଡିଆନ୍ ଆଇଡଲର ବେଷ୍ଟ ଯୋଡ଼ି ପବନଦୀପ ରାଜନ ଏବଂ ଅରୁଣିତା କଞ୍ଜିଲାଲଙ୍କ ନୂଆ ଗୀତ ରିଲିଜ୍ ହୋଇଛି। ଓ ସୈୟୋନି ନାମକ ଏହି ଗୀତକୁ ପବନଦୀପ ଏବଂ ଅରୁଣିତା ‘ହିମେଶ କେ ଦିଲ ସେ’ ଆଲବମ ପାଇଁ ଗାଇଛନ୍ତି। ଏହା ହିମେଶ ରେମଶିଆଙ୍କ ଲେଖିଛନ୍ତି । ଏହି ଗୀତଟି ରିଲିଜ୍ ହେବାର କିଛି ଘଣ୍ଟା ମଧ୍ୟରେ ୧୦ ଲକ୍ଷରୁ ଅଧିକ ଭ୍ୟୁଜ୍ ହାସଲ କରିଛି । ଗୀତରେ ଅରୁଦୀପଙ୍କ ସ୍ୱର ସହିତ ଉଭୟଙ୍କ ଚେହେରାକୁ ମଧ୍ୟ ଲୋକମାନେ ପସନ୍ଦ କରୁଛନ୍ତି। ଉଭୟଙ୍କ କେମେଷ୍ଟ୍ରି ଲୋକମାନଙ୍କ ହୃଦୟ ଜିଣିଛି।
ସୂଚନାନୁଯାୟୀ , ଏହି ଗୀତରେ ଅରୁଣିତା ଏବଂ ପବନଦୀପଙ୍କ ଯୁଗଳବନ୍ଦୀ ପ୍ରଶଂସକଙ୍କୁ ବହୁତ ପସନ୍ଦ ଆସିଛି। ଏହି ରୋମାଣ୍ଟିକ ଗୀତ ପ୍ରଶଂସକଙ୍କ ହୃଦୟକୁ ଛୁଇଁଛି। ପ୍ରଶଂସକମାନେ ଗୀତକୁ ବହୁତ ପସନ୍ଦ କରିଛନ୍ତି। ଅରୁଣିତା-ପବନଦୀପଙ୍କ ଯାଦୁକରୀ ସ୍ୱରରେ ଗାଇଥିବା ଏହି ଗୀତକୁ ପ୍ରଶଂସକମାନେ ବହୁତ ଉପଭୋଗ କରୁଛନ୍ତି । ଏହା ସହିତ ପ୍ରଶଂସକମାନେ ଏହି ଗୀତକୁ ସୁପରହିଟ୍ ବୋଲି ମଧ୍ୟ କହିଛନ୍ତି।