‘ପଟାଟୋ ଚିପ’ ଡ଼େ

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ପ୍ରତିବର୍ଷ ମାର୍ଚ ୧୪ରେ ପାଳିତ ହୁଏ ପଟାଟୋ ଚିପ୍ ଡ଼େ । ମାତ୍ରାଧିକ ଲବଣାଂଶ ରହୁଥିବାରୁ ଏହା ସ୍ୱାସ୍ଥ୍ୟପ୍ରଦ ହୋଇ ନଥିଲେ ହେଁ ସାରା ବିଶ୍ୱରେ ଲାକପ୍ରିୟ । ବିଶ୍ୱର ମୋଟ ସ୍ନାକସ ବିକ୍ରିର ୩୫ .୫ ପ୍ରତିଶତ ହେଉଛି ଆଳୁ ଚିପସ୍ । ଏଥିରୁ ଏହାର ଲୋକପ୍ରିୟତା ଅନୁମେୟା ଏହାର ସୃଷ୍ଟି ଇଂଲଣ୍ଡରେ ହୋଇଥିଲା । ୧୮୧୭ରେ ପ୍ରକାଶିତ ଉଇଲିଅମ୍ କିବିନର୍ଙ୍କ ରାନ୍ଧଣୀ ପୁସ୍ତକ ଦ କୁକସ୍ ଓରାକିଲ୍ରେ ଏହାର ପ୍ରସ୍ତୁତି ପ୍ରଦ୍ଧତି ପ୍ରଥମ ଥର ପାଇଁ ବର୍ଣ୍ଣିତ ହୋଇଥିଲା । ତେବେ ତାହା ଆଧୁନିକ ଆଳୁ ଚିପସ୍ ପରି ଏତେ ପତଳା ନ ଥିଲା । ଅତି ପତଳା ଆଳୁ ଚିପ୍ସରେ ସୃଷ୍ଟି ନିଉ ନିଉ ୟର୍କ୍ ଅନ୍ତର୍ଗତ ସାରାଟୋଗା ସ୍ପ୍ରିଂରେ । ୧୮୫୩ରେ ଜର୍ଜ କ୍ରୁମ୍ ନାମକ ଆଫ୍ରିକାନ୍ ଆମେରିକାନ୍ ପାଚକ, ମାର୍କିନ ଶିଳ୍ପପତି କର୍ନେଲିଅସ ଭାରଡ଼ରବିଲଟଙ୍କ ପାଇଁ ଏହା ପ୍ରଥମେ ପ୍ରସ୍ତୁତ କରିଥିଲା । ଚିପସ ମୋଟା ହୋଇଯାଇଥିବା ବୋଲି ସେ ବାରମ୍ବାର ଅଭିଯୋଗ କରିବାରୁ ଜର୍ଜ୍ ନିଜେ ଅତି ପତଳା କାଟି ଭଲ ଭାବେ ଛାଣି , ଲୁଣ ଗୋଳାଇ ପରିବେଷଣ କରିଥିଲେ । ଯାହାକୁ ଖାଇ ଶେଷରେ କର୍ନେଲିଅସ୍ ସନ୍ତୁଷ୍ଟ ହୋଇଥିଲେ । ତେଣୁ ବିଂଶ ଶତିଦ୍ଦୀର ମଧ୍ୟ ଭାଗ ପର୍ଯ୍ୟନ୍ତ ଆଳୁ ଚିପସକୁ ସାରୋଟୋଗା ଚିପସ କୁହାଯାଉଥିଲା ।