ନିଆଁ ଲାଗିବା ଗୁଜବ ପାଇଁ ଟ୍ରେନ୍ରୁ ଡେଇଁପଡିଲେ ଯାତ୍ରୀ : ୧୩ ମୃତ୍ୟୁ

0

ବ୍ୟୁରୋ : ମହାରାଷ୍ଟ୍ର ଟ୍ରେନ ଦୁର୍ଘଟଣାରେ ୧୩ ଜଣଙ୍କ ଜୀବନ ଯିବା ଘଟଣାର ପ୍ରକୃତ ସତ ଜଣାପଡିଛି । ସାମାନ୍ୟ ଗୁଜବ ପାଇଁ ଘଟିଥିଲା ଅଘଟଣ । ଆଉ ୧୩ ଜଣ ମୃତ୍ୟୁବରଣ କରିଛନ୍ତି । ଏହା ସହ ବହୁ ଯାତ୍ରୀ ଆହତ ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ଏହାର କାରଣ ଥିଲା ଏକ ଗୁଜବ । କେହି ଜଣେ ଗୁଜବ କରିଥିଲା ଯେ ଟ୍ରେନ୍ ରେ ନିଆଁ ଲାଗିଛି । ଯେଉଁ କାରଣରୁ ଟ୍ରେନ୍ ଟି ଧୀର ହେବା ସଙ୍ଗେ ସଙ୍ଗେ ଯାତ୍ରୀ ମାନେ ଜୀବନ ବିକଳେ ଟ୍ରେନ ରୁ ଡେଇଁଥିଲେ । ଠିକ୍ ସେହି ସମୟରେ ବିପରୀତ ଟ୍ରାକ୍ ରେ ଆସୁଥିବା ଟ୍ରେନ୍ ଟି ଲୋକଙ୍କ ଉପରେ ଚଢିଯାଇଥିଲା । ଭାଗ୍ୟବଶତଃ ଅନେକ ଲୋକ ଟ୍ରାକ୍ ର ଅନ୍ୟ ଦିଗକୁ ଡେଇଁଥିଲେ । ଫଳରେ ଆହତ ହୋଇଥିଲେ ବି ସେମାନଙ୍କ ଜୀବନ ବଞ୍ଚିଯାଇଛି ।

ତେବେ ଯାହା ଜଣାପଡିଛି, ଟ୍ରେନ୍ ରେ ଚା’ ବିକ୍ରି କରୁଥିବା ବ୍ୟକ୍ତି ଜଣଙ୍କ ନିଅାଁ ଲାଗିବା ଗୁଜବ ପ୍ରଚାର କରିଥିଲେ । ବହୁ ଆଲୋଚନା ମଧ୍ୟରେ ଜଣେ ପ୍ରତ୍ୟକ୍ଷଦର୍ଶୀ ଏହି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ସୂଚନା ଥାଉକି, ମହାରାଷ୍ଟ୍ର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି। ମହାରାଷ୍ଟ୍ରର ଜଲଗାଓଁର ପରାଣ୍ଡା ରେଳ ଷ୍ଟେସନରେ ଗତକାଲି ଘଟିଥିଲା ବଡ଼ ଧରଣର ଦୁର୍ଘଟଣା । ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିବା ଗୁଜବ ପାଇଁ ଭୟରେ ଟ୍ରେନ୍ ରୁ ଡେଇଁପଡ଼ିଥିଲେ ଯାତ୍ରୀ । ଡେଉଁଥିବା ଯାତ୍ରୀଙ୍କ ଉପରେ ମାଡ଼ିଯାଇଥିଲା ଦ୍ଵିତୀୟ ଟ୍ରାକରେ ବୀପରିତ ଦିଗରୁ ଆସୁଥିବା ଟ୍ରେନ। କର୍ଣ୍ଣାଟକ ଏକ୍ସପ୍ରେସ ଟ୍ରେନ ଯାତ୍ରୀଙ୍କୁ ଚାପି ଦେଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ଏଯାଏଁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ପାଚୋରା ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଚାଲିଛି।