ଖାଲକୁ ଖସିଲା ଯାତ୍ରୀବାହୀ କ୍ୟାବ, ୧୦ଜଣଙ୍କ ମୃତ୍ୟୁ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରରେ ଘଟି ଯାଇଛି ଏକ ବଡ ଧରଣର ଦୁର୍ଘଟଣା । ଜମ୍ମୁର ଶ୍ରୀନଗର ଯାଉଥିବା ଏକ ଯାତ୍ରୀବାହୀ କ୍ୟାବ ରାମବନ ଜିଲ୍ଲାର ବ୍ୟାଟେରୀ ଚଶମା ନିକଟ ଜମ୍ମୁଶ୍ରୀନଗର ଜାତୀୟ ରାଜପଥରେ ଥିବା ଏକ ଗଭୀର ଖାଲରେ ପଡିଯାଇଛି । ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପୋଲିସ ଏସଡିଆରଏଫ ଏବଂ ସିଭିଲ କ୍ୟୁଆରଟି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟା ଜାରି ରଖିଛନ୍ତି ।
ସୂଚନା ଅନୁଯାୟୀ, ଜମ୍ମୁ- ଶ୍ରୀନଗର ଜାତୀୟ ରାଜପଥରେ ଏକ ଏସୟୁଭି ଯାଉଥିବା ସମୟରେ ହଠାତ ତଳକୁ ଖସିଯାଇ ଏକ ଖାଲରେ ପଡିଯାଇଥିଲା । ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଥô୍ବା କୁହାଯାଉଛି । ତେବେ କୁହାଯାଉଛି ଯେ ଏହି ଗାଡି ଶ୍ରୀନଗରରୁ ଜମ୍ମୁକୁ ଯାଉଥିଲା ଏବଂ ବିଳମ୍ବିତ ରାତି ପ୍ରାୟ ୧.୧୫ ମିନିଟ ସମୟରେ ଜିଲ୍ଲାର ବ୍ୟାଟେରୀ ଚଶମା ଅଞ୍ଚଳରେ ୩୦୦ ଫୁଟ ଗଭୀର ଖାଲରେ ପଡିଯାଇଥିଲା । ପରେ ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ତେବେ ସମସ୍ତ ମୃତ ଯାତ୍ରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ତେବେ ପୋଲିସ ଏବଂ ଉଦ୍ଧାର କାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମୃତ ବ୍ୟକ୍ତିଙ୍କ ମଧ୍ୟରେ ଜମ୍ମୁରେ ଥିବା ଆମ୍ବ ଘୋର୍ଥାର କାର ଡ୍ରାଇଭର ବଲୱାନ ସିଂ ଏବଂ ବିହାରର ପଶ୍ଚିମ ଚମ୍ପାରଣର ବିପିନ ମୁଖିଆ ଭୈରଗଙ୍ଗ ସାମିଲ ଅଛନ୍ତି ।