ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଦଳୀୟ କର୍ମୀଙ୍କ ବିରୋଧ

ଖୋର୍ଦ୍ଧା: ଭୁବନେଶ୍ବର ଏବଂ ବେଗୁନିଆ ପରେ ଏବେ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଦଳୀୟ କର୍ମୀଙ୍କ ବିରୋଧ । ଗତ ଗୁରୁବାର ଟାଙ୍ଗୀ ନିର୍ବାଚନ ମଣ୍ଡଳୀ ଲେଣ୍ଡୋ ପଞ୍ଚାୟତରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗଣେଶ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ଦାୟିତ୍ଵ ଦେବାକୁ ଘୋଷଣା ଏବଂ ମନମୁଖୀ କାର୍ଯ୍ୟକୁ ଦଳୀୟ କର୍ମୀ ବିରୋଧ କରିଛନ୍ତି । ଗତ ୨୦୨୧ରେ ନିଜ ନିର୍ବାଚନ ମଣ୍ଡଳୀ ଚିଲିକାରେ ବିଜେପି କର୍ମୀଙ୍କୁ ଆକ୍ରମଣ ଘଟଣାକୁ ନେଇ ବିବାଦରେ ଆସିଥିଲେ ଅନେକ ବିବାଦ ଭିତରେ ଘେରି ହୋଇଥିବା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଏହି ଘଟଣା ପରେ ବିଜେଡ଼ି ଦଳରୁ ତାଙ୍କୁ ନିଲମ୍ବିତ ହେବାକୁ ପଡ଼ିଥିଲା ଏବଂ ଜେଲ୍ ମଧ୍ୟ ଯିବାକୁ ପଡ଼ିଥିଲା ବିଧାୟକ ପ୍ରଶାନ୍ତଙ୍କୁ। ତେବେ ବିଜେପିରେ ସଦ୍ୟ ଯୋଗ ଦେଇଥିବା ବିବାଦୀୟ ବିଧାୟକ ଗଣେଶ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ଦାୟିତ୍ଵ ଦେବାକୁ ଘୋଷଣା କରିଥିଲେ। ସାଂସଦ ଅପରାଜିତାଙ୍କର ଏ ପରି ମନ୍ତବ୍ୟକୁ ନେଇ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଦଳୀୟ କର୍ମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଖୋର୍ଦ୍ଧା ମଳିପଡ଼ାସ୍ଥିତ ଭାଜପା କାର୍ଯ୍ୟାଳୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାୟକ ଆଶାୟୀ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟଙ୍କ ନେତୃତ୍ଵରେ ଖୋର୍ଦ୍ଧା ଓ ଟାଙ୍ଗୀ ବ୍ଲକ ଅଞ୍ଚଳର ଶତାଧିକ କର୍ମୀ ଏକାଠି ହୋଇ ଅପରାଜିତାଙ୍କ ମନମୁଖୀ କାର୍ଯ୍ୟକୁ ତୀବ୍ର ବିରୋଧ କରିଛନ୍ତି। ଦଳରେ ନୂତନ କର୍ମୀଙ୍କୁ ଗୁରୁତ୍ବ ଦିଆଗଲେ  ଆଗାମୀ ଦିନରେ ଏହାର କଡ଼ା ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି। କାଳୁଚରଣଙ୍କ ପରିବର୍ତ୍ତେ ବିଧାୟକ ଜଗଦେବଙ୍କୁ ଖୋର୍ଦ୍ଧାରୁ ଦଳୀୟ ଟିକେଟ ଦିଆଗଲେ ସମସ୍ତ କାଳୁପ୍ରେମୀ ଦଳରୁ ସାମୂହିକ ଇସ୍ତଫା ଦେବେ ବୋଲି ବୈଠକରେ ଆଲୋଚନା ହୋଇଥିବା ଜଣାପଡିଛି। ତେବେ ଗତ ନିର୍ବାଚନରେ ବିଜେପିରୁ କାଳୁଚରଣ ପ୍ରାର୍ଥୀ ହୋଇ ୭୪ହଜାର ଭୋଟ ପାଇଥିବା ବେଳେ ଏମ୍ପି ଅପରାଜିତାଙ୍କୁ  ମଧ୍ୟ ବିପୁଳ ଜନସମର୍ଥନ ମିଳିଥିଲା। ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରେ ଦଳକୁ ତୃଣମୂଳ ସ୍ତରରେ ସଙ୍ଗଠନକୁ ମଜବୁତ୍ କରିବା ପାଇଁ କାଳୁ ସର୍ବଦା କାର୍ଯ୍ୟ କରୁଛନ୍ତି। ନିଜ ନିର୍ବାଚନ ମଣ୍ଡଳୀର ଜନ ସାଧାରଣଙ୍କ ସହିତ ଓତଃପ୍ରତ ଭାବେ ଜଡ଼ିତ ରହିଛନ୍ତି। ଗତ ପଞ୍ଚାୟତ ଏବଂ ପୌର ପରିଷଦ ନିର୍ବାଚନରେ ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଥିଲେ। ଚଳିତ ନିର୍ବାଚନରେ କାଳୁ ବିଜେପି ଦଳରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିବା ବେଳେ ସାଂସଦଙ୍କ ଏଭଳି ମନ୍ତବ୍ୟ ସମସ୍ତ କାଳୁ ପ୍ରେମୀଙ୍କ ମନରେ ଗଭୀର ଆଘାତ ଦେଇଛି ଏଵଂ ଚଳିତ ନିର୍ବାଚନରେ ସାସଦଙ୍କୁ ଏହା ମହଙ୍ଗା ପଡ଼ିବ ବୋଲି ଉପସ୍ଥିତ କାଳୁପ୍ରେମୀ କହିଛନ୍ତି।