ଚାରମିନାରର କିଛି ଅଂଶ ଭାଙ୍ଗିବା ପରେ ଏହାକୁ ବନ୍ଦ ରଖାଯାଇଛି

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ହାଇଦ୍ରାବାଦ୍‌ର ପ୍ରସିଦ୍ଧ ଐତିହାସିକ ବିଲ୍ଡିଂ ଚାର୍‌ମିନାରର କିଛି ଅଂଶ ବୁଧବାର ରାତିରେ ଭାଙ୍ଗି ଯାଇଥିଲା। ଏହି ଐତିହାସିକ ବିଲ୍ଡିଂଟିର କିଛି ଅଂଶ ଭାଙ୍ଗି ପଡ଼ିବା ପରେ ଏବେ ଭାରତୀୟ ପୂରାତତ୍ତ୍ୱ ସର୍ବେକ୍ଷଣ(ଏଏସ୍‌ଆଇ) ଏହାର ତଦନ୍ତ ଭାର ହାତକୁ ନେଇଛି।
ଚାର୍‌ମିନାର ଏକ କ୍ଷୁଦ୍ର ଅଂଶ ଭାଙ୍ଗି ପଡ଼ିବା ପରେ ଏଏସ୍‌ଆଇ ପକ୍ଷରୁ କୁହାଯାଇଛି,ସେମାନେ ପ୍ରଥମେ ଏହାର ତଦନ୍ତ କରିବେ ଓ ପରେ ଭାଙ୍ଗି ଯାଇଥିବା ଅଂଶର ମରାମତି ମଧ୍ୟ କରିବେ। ପୂର୍ଣ୍ଣ ତଦନ୍ତ ନ ସରିବା ପର୍ୟ୍ୟନ୍ତ ଏହି ଐତିହାସିକ ବିଲ୍ଡିଂଟି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।