(ପ୍ରଶାନ୍ତ କୁମାର ସ୍ବାଇଁ /ପାରାଦ୍ବୀପ): ଶ୍ରମିକଙ୍କ ହକ୍ ପାଇଁ ଲଢେଇ କରୁଥିବା ନେତାଙ୍କ ବିରୁଦ୍ଧରେ ଆସିଛି ମାନସିକ ନିର୍ଯାତନା ଅଭିଯୋଗ । ତେବେ ଏଭଳି ଅଭିଯୋଗ ଆଣିଛନ୍ତି ଖୋଦ୍ ଶ୍ରମିିକ ନେତାଙ୍କ ବାପା । ପ୍ରଥମେ ବାପାଙ୍କ ନାଁରେ ଥିବା ଜମିକୁ ହାତେଇ ତାକୁ ବିକ୍ରୀ କରିବା ସହ ଅନ୍ୟ ଭାଇଙ୍କ ଠାରୁ ଲକ୍ଷାଧିକ ଟଙ୍କା ଓ ପ୍ଲଟ ହାତେଇଛନ୍ତି ପାରାଦ୍ୱୀପ ଅନ୍ତର୍ଗତ କୁଜଙ୍ଗ ଅଞ୍ଚଳର ଶ୍ରମିକ ନେତା ପ୍ରକାଶ ତ୍ରିପାଠୀ । ବାପା ମା, ଭାଇମାନଙ୍କୁ ଆର୍ଥିକ, ମାନସିକ ନିର୍ଯାତନା ଦେଉଛନ୍ତି । ଲୋକଙ୍କ ଠାରୁ କରଜ ନେଇ ଟଙ୍କା ସୁଝୁ ନାହାନ୍ତି । ତେଣୁ ବୁଢା ବୟସରେ ପୁଅ ପାଇଁ ପରିବାରକୁ ପରନିନ୍ଦା ଶୁଣିବାକୁ ପଡୁଛି । ଏଥିନେଇ ତାଙ୍କ ବାପା ଜୁଜଙ୍ଗ ଥାନାରେ ଏତାଲା ମଧ୍ୟ ଦେଇଛନ୍ତି । ଏପରିକି ଏଇ ପୁଅ ପାଇଁ କ୍ୟାନସରରେ ପୀଡିତ ଥିବା ବୃଦ୍ଧଙ୍କ ବଡ ପୁଅର ଜୀବନ ଯାଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି । ଅନ୍ୟପଟେ ଶ୍ରମିକ ନେତା ପ୍ରକାଶ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ପଛରେ କଂଗ୍ରେସ ନେତା ବାପି ସର୍ଖେଲଙ୍କର ହାତ ଥିବା କହିଛନ୍ତି ।