୫ଟି ସଚିବଙ୍କ ମହାନତା : ନବ ଜାତର ଜୀବନ ବଞ୍ଚାଇଲେ ପାଣ୍ଡିଆନ

ଭୁବନେଶ୍ୱର: ଦୁବାଇରେ ଅନୁଷ୍ଠିତ ହେଉଥିବା ଇନଭେଷ୍ଟର ମିଟ କାର୍ୟ୍ୟକ୍ରମରେ ଯୋଗ ଦେବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ଭି କେ ପାଣ୍ଡିଆନ ଦୁବାଇ ଗସ୍ତରେ ଅଛନ୍ତି । ଏ ସମୟ ରେ ଖଣ୍ଡପଡା ଅଂଚଳ ର ଅସହାୟ ଗରିବ ପୁରୁଷୋତ୍ତମ ମହାପାତ୍ରଙ୍କ ୨ ଦିନ ର ଶିଶୁ ମୃତ୍ୟୁ ସହ ଲଢୁଥାଏ । ଶିଶୁ ଟି ୨ ଦିନ ତଳେ କଟକ ର ଏକ ଘୋରଇ ନର୍ସିଙ୍ଗ ହୋମ ରେ ଜନ୍ମ ହେଇଥିଲା କିନ୍ତୁ ଜନ୍ମ ଦିନକ ପରେ ତାକୁ ନିଶ୍ୱାସ ନେଵା ରେ କଷ୍ଟ ହେଲା, ଦେହ ନୀଳ ପଡିଗଲା ଡ଼କ୍ଟର ତାଙ୍କୁ କୌଣସି ବଡ଼ ମେଡିକାଲ ନେଈ ଭେଣ୍ଟିନେଟର ରେ ରଖିବା କୁ ପରାମର୍ଶ ଦେଲେ । ଏହା ଶୁଣି ଗରିବ ବାପା ପୁରୁଷୋତ୍ତମ ମୁଣ୍ଡ ରେ ହାତ ଦେଲେ ହାତ ଦେଲେ, ଏ ସମୟରେ କିଏ ତାଙ୍କୁ ସାହାଯ୍ୟ କରିବ ବୋଲି କହି ଭୋ ଭୋ ହେଇ କାନ୍ଦିବା କୁ ଲାଗିଲେ ।

ଏ ବିଷୟରେ କିଛି ସାମାଜିକ କର୍ମୀ ମୁଖ୍ୟମନ୍ତ୍ରୀ ଙ୍କ କାର୍ୟ୍ୟାଳୟ ଓ ୫ଟି ସଚିବ ଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଟ୍ୱଇଟ କରିଥିଲେ । ଆଉ ଏଖବର ଦୁବାଇ ଥାଇ ଜାଣି ପାରିଲେ ୫ଟି ସଚିବ ପାଣ୍ଡିଆନ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ତୁରନ୍ତ ସେ ଶିଶୁକୁ କିମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରିବା ସହ ସମସ୍ତ ଆନୁଶାନିକ ବ୍ୟବସ୍ଥା ତୁରନ୍ତ କରିବା ପାଇଁ । ୫ଟି ସଚିବଙ୍କ ନିର୍ଦେଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ ସ୍ୱାସ୍ଥ୍ୟ ବିଭାଗ ର ମିଳିତ ସହଯୋଗରେ ଉକ୍ତ ଶିଶୁକୁ ଆମ୍ବୁଲାନ୍ସରେ ଆଣିକି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି ।

ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଶିଶୁ ଟିର ଚିକିତ୍ସା କରୁଛନ୍ତି, ଆଉ ଏ ସବୁ ଖର୍ଚ୍ଚ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କରାଯାଉଛି । ନିଜର ବ୍ୟସ୍ତ ସମୟରେବି ନିଜ ଦାୟିତ୍ୱ ନ ଭୁଲି ଏକ ଗରିବ ଅସହାୟ ବାପର କଷ୍ଟକୁ ବୁଝି ସାହାଯ୍ୟ କରି ଥିବାରୁ ପିଲାଟାର ପରିବାର ଓ ଅଞ୍ଚଳ ବାସୀ ୫ ଟି ସଚିବଙ୍କୁ ପ୍ରସଂଶା କରିବା ସହ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏଭଳି ଯୁଗାନ୍ତକାରୀ ଅଭିନଵ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।