ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ରାଇହରି ଗ୍ରାମଠାରେ ଅନୁଷ୍ଠିତ ୭୨ ତମ ବାର୍ଷିକ ପଞ୍ଚଦୋଳ ମହୋତ୍ସଵ ଉଦଯାପିତ ହୋଇଯାଇଛି | ପ୍ରଥମେ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଙ୍କ ପୂଜାର୍ଚ୍ଚନା ପରେ ବିଶ୍ବଶାନ୍ତି ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା | ଏଥିରେ ମୁରୁଣୀଆ , ସୁନାପୋଷି , ମଞ୍ଜରୀ ଓ ବାଲେଶ୍ୱରର ପାଟପୁର ସଂକୀର୍ତ୍ତନ ଦଳ ଭାଗନେଇ ଉପସ୍ଥିତ ଶହ ଶହ ଶ୍ରୋତା ଓ ଶ୍ରଦ୍ଧାଳୁଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ | ପରେ ପ୍ରତି ସନ୍ଧ୍ୟାରେ ଶାନ୍ତିଧାମ କରମଳା ମଠର ବାବାଜୀ ଜୟଦେବ ଦାସ , ବାବାଜୀ ସୁବର୍ଣ୍ଣ ଦାସ ଓ ବାବାଜୀ ଗୌରହରି ଦାସ ପ୍ରବଚନ ଦେଇ ଜ୍ଞାନାଲୋକ ବାଣ୍ଟିଥିଲେ | ରାତ୍ରିରେ ତିନିଦିନ ଧରି ଗାୟିକା ଲକ୍ଷ୍ମୀପ୍ରିୟା ଦାଶ ଓ ଗାୟିକା ଅମିତ୍ରା ସାମଲଙ୍କ ଦ୍ୱାରା ସତ୍ୟନାରାୟଣ ପାଲା ପରିବେଷିତ ହୋଇଥିଲା | ମହୋତ୍ସଵ କମିଟିର ସଭାପତି ବିଜୟ କୁମାର ନନ୍ଦ, ସମ୍ପାଦକ ଅମୀୟ ବିକାଶ ନନ୍ଦଙ୍କ ସମେତ ଅନିରୁଦ୍ଧ ନନ୍ଦ , ନୃସିଂହ ନନ୍ଦ, ଗୋପାଳ ଚନ୍ଦ୍ର ନନ୍ଦ, ଆର୍ତ୍ତତ୍ରାଣ ନନ୍ଦ, ମଧୁସୂଦନ ନନ୍ଦ , ସଞ୍ଜିବ ନନ୍ଦ , ସୌମ୍ୟରଞ୍ଜନ ନନ୍ଦ , ତାପସ ନନ୍ଦ , ତପନ ନନ୍ଦ , ନିରୋଜ ନନ୍ଦ , ସିପୁନ ନନ୍ଦ , ଦେବେନ୍ଦ୍ର ନନ୍ଦ, ସିତୁନ ଗିରି, ମୁନା ନନ୍ଦ, ମହେନ୍ଦ୍ର ବାରିକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ |