(ରିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ପିଲା ଠାରୁ ଟୋକା ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଅଭିନନ୍ଦନଙ୍କ ନାମ । ଯୁବପିଢି ତାଙ୍କ ନିଶ ଦେଖି ପୂରା ଦିୱାନା । ଯୁବପିଡି ତାଙ୍କ ନିଶ ଷ୍ଟାଇଲକୁ ଫୋଲୋ କରିବାରେ ବ୍ୟସ୍ତ । ସେହିପରି ପାକିସ୍ତାନର ଏକ ଚା’ ଦୋକାନରେ ଭାରତୀୟ ବାହୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଫଟୋ ଲଗାଯାଇଛି । ଅଭିନନ୍ଦନଙ୍କ ଏହି ଫଟୋ ସହିତ ଲେଖାଯାଇଛି କି ‘ଏସି ଚାଏ ଯୋ ଦୁଷ୍ମନ କୋ ଭି ଦୋସ୍ତ ବନାଏ’। ବନ୍ଧୁତ୍ବର ମିଶାଲ ଦେଇ ଅଭିନନ୍ଦନଙ୍କ ଏହି ଫଟୋକୁ ପାକିସ୍ତାନର କେଉଁ ସ୍ଥାନରେ ଲଗାଯାଇଛି ତାହା ଜଣାପଡିନଥିବାବେଳେ କିନ୍ତୁ ଟ୍ବିଟରରେ ଉମର ଫରୁକ୍ ନାମକ ଏକ ବ୍ୟକ୍ତି ଏହି ଫଟୋକୁ ସେୟାର କରିଥିଲେ ଯାହାପରେ ଏହି ଫଟୋ ସୋସିଆଲ ମିଡିଆରେ ବହୁଳ ଭାବେ ଭାଇରାଲ ହେବାରେ ଲାଗିଛି ।
ଫଟୋଟିର ସତ୍ୟତା ଉପରେ କୌଣସି ପ୍ରକାରର ଦୃଢ଼ତା ନଥିଲେ ମଧ୍ୟ ଯଦି ଏହା ସତ ହୋଇଥାଏ ତେବେ ଦୁଇ ଦେଶ ଭିତରେ ଦୂରତା ଦୂର କରିବାରେ ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ଏକ ଜରିଆ ହୋଇପାରନ୍ତି । ଏହାପୂର୍ବରୁ ପାକିସ୍ତାନରେ ଏକ ଚା’ର ପ୍ରଚାର ସୋସିଆଲ୍ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ଯେଉଁଥିରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ଏହା କହୁଥିବାର ନଜର ଆସୁଛନ୍ତି ଯେ ‘ସାନଦାର ଚାଏ ଧନ୍ୟବାଦ’କିନ୍ତୁ ପଛରେ ଜଣାପଡିଥିଲା ଏହି ଭିଡିଓ ଫେକ୍ ଥିଲା ଏବଂ ଏପରି ଫଟୋସପ ଜରିଆରେ କରାଯାଇପାରିଥାଏ ।