ଏହି ଭୁଲ ପାଇଁ ସଲମାନଙ୍କୁ ଆତଙ୍କବାଦୀ ଘୋଷଣା କଲା ପାକିସ୍ତାନ…

ବଲିଉଡ ଅଭିନେତା ସଲମାନ ଖାନ ବାଲୁଚିସ୍ତାନ ବିଷୟରେ ନିକଟରେ ଦେଇଥିବା ଏକ ମନ୍ତବ୍ୟ ଶୁଣିବା ପରେ ରାଗରେ ନିଆଁ ହେଉଛି ପାକିସ୍ତାନ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଏହି ମନ୍ତବ୍ୟ ପରେ ସଲମାନ ଖାନଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି । ଏବଂ ତାଙ୍କୁ ଆତଙ୍କବାଦ ବିରୋଧୀ ଆଇନର ‘୪ର୍ଥ ସୂଚୀ’ରେ କରିଛନ୍ତି। କାରଣ ଚତୁର୍ଥ ଅନୁସୂଚୀ ପାକିସ୍ତାନର ୧୯୯୭ ମସିହାର ଆତଙ୍କବାଦ ବିରୋଧୀ ଆଇନର ଏକ ଅଂଶ। ଏହା ସେହି ଲୋକଙ୍କର ଏକ ତାଲିକା ଯାହାକୁ ସରକାର ଆତଙ୍କବାଦରେ ଜଡିତ ବୋଲି ସନ୍ଦେହ କରୁଛନ୍ତି। ଏହି ତାଲିକାରେ ସ୍ଥାନ ପାଇବାର ଅର୍ଥ ହେଉଛି ସେହି ବ୍ୟକ୍ତିଙ୍କୁ କଡ଼ା ନଜର ରଖାଯାଏ ଏବଂ ସେମାନଙଚ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯାଏ । ଏହି ପଦକ୍ଷେପର ଅର୍ଥ ହେଉଛି ପାକିସ୍ତାନ ସଲମାନଙ୍କ ବିରୁଦ୍ଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିପାରିବ।

ସୂଚନା ମୁତାବିକ ସଲମାନ ଖାନ ସାଉଦି ଆରବର ରିୟାଦରେ ଜୟ ଫୋରମ୍ ୨୦୨୫ କାର୍ୟ୍ୟକ୍ରମରେ ଭାଷଣ ଦେଉଥିଲେ। ସେ ଶାହରୁଖ ଖାନ ଏବଂ ଆମିର ଖାନଙ୍କ ସହିତ ମଞ୍ଚରେ ଥିଲେ । ସଲମାନ କହିଥିଲେ ଯେ ବେଲୁଚିସ୍ତାନ , ଆଫଗାନିସ୍ତାନ, ଏପରିକି ପାକିସ୍ତାନର ଲୋକ ଅଛନ୍ତି। ସମସ୍ତେ ଏଠାରେ କାମ କରୁଛନ୍ତି। ବେଲୁଚିସ୍ତାନ ଏବଂ ପାକିସ୍ତାନକୁ ପୃଥକ ଭାବରେ କହିବାରୁ ବିବାଦ ସୃଷ୍ଟି ହୋଇଥିଲା । ଯେପରି ସେମାନେ ଦୁଇଟି ଭିନ୍ନ ସ୍ଥାନ।
ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଅପଲୋଡ୍ ହେବା ମାତ୍ରେ ଏହା ଭାଇରାଲ ହୋଇଗଲା । ଲୋକମାନେ ଯୁକ୍ତିତର୍କ କରିବା ଆରମ୍ଭ କଲେ ଯେ ଏହା କେବଳ ଏକ ଆକସ୍ମିକ ” ଥିଲା ନା ସଲମାନ ଏହା ଜାଣିଶୁଣି କହିଥିଲେ। ଅନ୍ୟପକ୍ଷରେ, ବାଲୁଚ୍ ସ୍ୱାଧୀନତା ନେତାମାନେ ଏହି ବିବୃତ୍ତିରେ ବହୁତ ଖୁସି ଥିଲେ। ଜଣେ ବାଲୁଚ୍ ନେତା ସାର୍ବଜନୀନ ଭାବରେ ସଲମାନଙ୍କୁ ଧନ୍ୟବାଦ ଜଣାଇଥିଲେ।