ପାକିସ୍ତାନ ଧୂଳିଝଡ ଭାରତ ମୁହାଁ

(ମମତା ସାମଲ)ରିପୋର୍ଟସଟୁଡେ:ପାକିସ୍ତାନ ଏବଂ ଆଫଗାନୀସ୍ତାନରୁ ଧୂଳିଝଡ ଭାରତ ମୁହାଁ ହୋଇଛି । ଆଜି ଅପରାହ୍ନ ସୁଦ୍ଧା ଉତ୍ତରଭାରତରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏନେଇ ଉତ୍ତରଭାରତରେ ଆଲର୍ଟ ଜାରି କରାଯାଇଛି । ଧୂଳିଝଡ ଯୋଗୁଁ ଆଗାମୀ ୨-୩ଦିନ ପ୍ରଭାବିତ ଅଞ୍ଚଳର ବାୟୁମଣ୍ଡଳରେ ଧୂଳିକଣା ବୃଦ୍ଧି ପାଇବାରୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା ଆଶଙ୍କା କରାଯାଉଛି ।