ଜାଣନ୍ତୁ ପଖାଳ ଭାତ ଖାଇବାର ଫାଇଦା ସମ୍ପର୍କରେ

(ରିିପୋର୍ଟସ ଟୁଡେ/ ଶୁଭସ୍ମିତା ଦାଶ ) ଓଡ଼ିଆ ଘରେ ରାତି ଭାତ ବଂଚିଗଲେ ତାକୁ ପାଣି ସହିତ ମିଶାଇ ରଖାଯାଏ । ଯାହାକୁ ଆମେ ପଖାଳ ଭାତ ବୋଲି କହିଥାଉ । ବର୍ତମାନ ଖରା ଦିନ ପ୍ରାୟତଃ ଆରମ୍ଭ ହୋଇଗଲାଣି । ତେଣୁ କରି ଖରାଦିନେ ପେଟ ଥଣ୍ଡା କରିବା ସମସ୍ତେ ପଖାଳ ଖାଇବାକୁ ପସନ୍ଦ କରନ୍ତି । ତେବେ ଆସନ୍ତୁ ଜାଣିବା ପଖାଳା ଖାଇବାର ଫାଇଦା ବିଷୟରେ ।
ଆସାମାର କୃଷି ବିଶ୍ୱବିଦ୍ୟାଳୟ ପକ୍ଷରୁ ନିକଟତର ହୋଇଥିବା ଗବେଷଣାରୁ ଜଣାପଡ଼ିଛି ବାସି ଭାତକୁ ରାତି ସାରା ପାଣିରେ ଭିଜାଇ ରଖି ଖାଇଲେ ତାହା ଶରୀର ପାଇଁ ଖୁବ୍ ଳାଭଦାୟକ । ଯାହାକୁ ଆମେ ପଖାଳ ଭାତ ଭାବେ ଗ୍ରହଣ କରିଥାଉ ।
ଯତେବେଳେ ଭାତ ରୋଷେଇ କରିଥାଉ ସେଥିରେ ଆଇରନର ମାତ୍ରା ୩.୪ ମିଲିଗ୍ରାମ୍ ଥାଏ । ଯଦି ଆପଣ ସେହି ଭାତକୁ ରାତିସାରା ଭିଜାଇ ରଖିବେ ତେବେ ସେଥିରେ ଥିବା ଆଇରନ୍ ମାତ୍ରା ୭୩.୯୧ ମିଲିଗ୍ରାମ୍ ହାଇଯାଇଥାଏ । ଆଇରନ୍ ସହିତ ଏଥିରେ ସୋଡ଼ିୟମ୍, ପୋଟାସିୟମ୍ ଓ କାଲସିଅମର ମାତ୍ରା ବଢିଯାଇଥାଏ ।
ପଖାଳ ଭାତରେ ସବୁଠାରୁ ଅଧିକ ଶକ୍ତିବର୍ଦ୍ଧକ ଉପାଦାନ ରହିଛି । ଏହାକୁ ଖାଇବା ଦ୍ୱାରା ପେଟରେ ଅଲର୍ସର ସମସ୍ୟାକୁ ମଧ୍ୟ ଦୂରୀଭୃତ କରିଥାଏ ।