ଭୁବନେଶ୍ୱର : ଭୁବନେଶ୍ବର ଛାଡ଼ିଛନ୍ତି ନଗମା ୟୁସୁଫ୍। ବିଜେବି ନଗର ଅଞ୍ଚଳରେ ରହୁଥିଲେ ପାକିସ୍ତାନୀ ମହିଳା । ଲିଭ୍ ଇଣ୍ଡିଆ ନୋଟିସ୍ ପରେ ପୋଲିସ ନୋଟିସ୍ କରିଥିଲା । ୨୦୦୮ରେ ଜଣେ ବ୍ୟବସାୟୀଙ୍କୁ ବିବାହ କରି ଭୁବନେଶ୍ୱରରେ ରହି ଆସୁଥିଲେ। ବିବାହ ପରେ ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ କରି ନ ଥିଲେ। ମାତ୍ର ଦୀର୍ଘମିଆଦୀ ଭିଜା ପାଇଁ ଆବେଦନ କରିଥିଲେ ନଗମା। ପହଲଗାମ ଘଟଣା ପରେ ଭିଜା ରଦ୍ଦ ହେବାରୁ ସେ ଶୁକ୍ରବାର ଭୁବନେଶ୍ୱରରେ ବିଦା ହୋଇଛନ୍ତି।