କରୋନାରେ ହାର୍ଟ କେୟାର ଫାଉଣ୍ଡେସନର ପ୍ରମୁଖ ପଦ୍ମଶ୍ରୀ ଡକ୍ଟର କେ.କେ ଅଗ୍ରୱାଲଙ୍କ ପରଲୋକ
ଇଣ୍ଡିଆନ ମେଡିକାଲ ଆଶୋସିଏସନର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ହାର୍ଟ କେୟାର ଫାଉଣ୍ଡେସନର ପ୍ରମୁଖ ପଦ୍ମଶ୍ରୀ ଡକ୍ଟର
(ଦିଲ୍ଲୀ) : ଇଣ୍ଡିଆନ ମେଡିକାଲ ଆଶୋସିଏସନର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ହାର୍ଟ କେୟାର ଫାଉଣ୍ଡେସନର ପ୍ରମୁଖ ପଦ୍ମଶ୍ରୀ ଡକ୍ଟର କେ.କେ ଅଗ୍ରୱାଲଙ୍କ ପରଲୋକ । ସୋମବାର ରାତ୍ରୀ ପ୍ରାୟ ୧୧ଟା ୩୦ରେ କରୋନାରେ ତାଙ୍କର ନିଧନ ହୋଇଥିବା ସୂଚନା । ତେବେ ସେ ଗତ କିଛି ଦିନ ହେବ ଏମ୍ସର ଟ୍ରାମା ସେଣ୍ଟରରେ ଭର୍ତ୍ତି ହୋଇଥିଲେ। ତିନି ଦିନ ପୂର୍ବରୁ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ବିଗିଡିଥିବାରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା।
ସୂଚନାନୁଯାୟୀ , ଦୁଇ ମାସ ପୂର୍ବରୁ କେ.କେ ଅଗ୍ରୱାଲ କରୋନା ଭ୍ୟାକ୍ସିନର ଦୁଇଟି ଡୋଜ୍ ନେଇଥିଲେ। ହେଲେ ଗତ ମାସରେ ସେ କରୋନା ସଂକ୍ରମିତ ହୋଇଥିଲେ। ସେ କରୋନା ସଂକ୍ରମିତ ହେବା ପରେ ତାଙ୍କୁ ଏମ୍ସର ଆଇସିୟୁରେ ଭର୍ତ୍ତି କରାଯାଇଥିଲା।