(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ସେପଟେମ୍ବର ୧୬ ତାରିଖକୁ ଓଜୋନ ସ୍ତର ସଂରକ୍ଷଣ ଅନ୍ତର୍ଜାତୀୟ ଦିବସ ଭାବେ ପାଳନ କରାଯାଉଛି । ଜାତି ସଂଘ ସାଧାରଣ ପରିଷଦର ଅନୁମୋଦନ କ୍ରମେ ୨୦୦୧ ରୁ ପ୍ରତି ବର୍ଷ ଆଜି ର ଦିନରେ ଏହି ଦିବସ ପାଳନ କରାଯାଇ ଆସୁଅଛି । ବାୟୁମଣ୍ଡଳର ଉପରି ଭାଗରେ ଓଜୋନର ଉପସ୍ଥିତି ପୃଥିବୀ ପାଇଁ ମଙ୍ଗଳକର । ଏହା ଅତି ବାଇଗଣୀ ସୌର ରଶ୍ମି ଜନିତ ବିପାôତର ମୁକାବିଲା ପାଇଁ ପ୍ରାକୃତିକ ଭାବେ ଉପସ୍ଥିତ ।
କ୍ରମାଗତ ଭାବେ ଓଜୋନ ସ୍ତର ହ୍ରାସ ପୃଥିବୀକୁ ଧୀରେଧୀରେ ବିପଦ ମୁହଁକୁ ଠେଲିନେଉଛି । ମୁଖ୍ୟତଃ ଏରୋଜଲ ସ୍ପ୍ରେ ଓ ରେଫରିଜେରାନଟସରୁ ବାହାରୁଥିବା କ୍ଲୋରୋଫୋରୋକାର୍ବନ ଏବଂ ହଲୋନ୍ ବାଷ୍ପ , ଉପରକୁ ଉଠି , ଓଜୋନ ସ୍ତରକୁ ପତଳା କରୁଛି । ଏହାର ପରିମାଣ ସ୍ୱରୂପ ଆନଟାର୍କ୍ଟିକା ଉପରେ ଏକ ବିଶାଳ ଓଜୋନ ଗର୍ତ୍ତ ହୋଇଗଲାଣି । ତେଣୁ ଏକ ବାବଦରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଲକ୍ଷ୍ୟ ।