ବିଧାନସଭା; ୩ ବର୍ଷରୁ କମ୍ ବୟସର ପିଲାମାନଙ୍କ ବିକାଶ ଅତ୍ୟନ୍ତ ଗୁରୁତ୍ବପୂର୍ଣ । ଆମ ସରକାର ଆମ କୁନି ପିଲା ଅଭିଯାନ କାର୍ଯ୍ୟକାରୀ କରୁଛନ୍ତି, ଯାହା ଏକ ଗୃହ ଭିଭିକ ଏବଂ ପିତାମାତା ନେତୃତ୍ୱାଧୀନ ପ୍ରାରମ୍ଭିକ ପ୍ରେରଣାଦାୟୀ କାର୍ଯ୍ୟକ୍ରମ । ପ୍ରାରମ୍ଭିକ ଶୈଶବ ବିକାଶର ଗୁରୁତ୍ବ, ସେମାନଙ୍କର ଶିକ୍ଷା ଓ ସାମଗ୍ରିକ ବିକାଶ ସମ୍ପର୍କରେ ପିତାମାତା ତଥା ଅଭିଭାବକମାନଙ୍କୁ ସଚେତନ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ।୨୦୨୫-୨୬ ବଜେଟ୍ ଆକଳନରେ ଏହି ଯୋଜନା ଅଧୀନରେ 8 କୋଟି ଟଙ୍କା ପ୍ରଦାନ କରାଯାଇଛି । ନୂତନ ଶିକ୍ଷା ନୀତି (NEP) ଅନୁଯାୟୀ ମାତୃଭାଷା ମାଧ୍ୟମରେ ପ୍ରାରମ୍ଭିକ ଶୈଶବ ଶିକ୍ଷାର ସୁବିଧା ନିମନ୍ତେ ଆମେ ପଢିବା ଆମ ଭାଷାରେ ନାମକ ଆଉ ଏକ ପଦକ୍ଷେପ ଦ୍ବାରା ଏହି ଯୋଜନାକୁ ଆହୁରି ସୁଦୃଢ଼ କରାଯିବ ।