ଭୁବନେଶ୍ୱର: ମାହାଙ୍ଗା ଡ଼ବର୍ଲ ମର୍ଡ଼ର ଘଟଣାରେ ୨୮ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ । ଆସନ୍ତା ୨୯ ତାରିଖ ସୁଦ୍ଧା ଚାର୍ଜସିଟ ଓ ସିଡ଼ିଆର ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର ଜେଏମଏଫସି କୋର୍ଟ । ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ନୃତାଙ୍ଗ ପଞ୍ଚାୟତର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ବିଜେପି ପ୍ରଭାରୀ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଥିଲା । ଏହି ଘଟଣା ପଛରେ ରାଜନୈତିକ ଶତ୍ରୃତା ଥିବା କୁହାଯାଇଥିଲା । ଏବେ କୋର୍ଟ ଏହି ଘଟଣାରେ ଚାର୍ଜସିଟି ଓ ସିଡ଼ିଆର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି