ଏନଡିଏ ବିରୋଧରେ ଲଢିବ ଇଣ୍ଡିଆ

0

ଏନଡିଏ ବିରୋଧରେ ଲଢିବ ଇଣ୍ଡିଆ । ୨୦୨୪ ନିର୍ବାଚନରେ ବିରୋଧୀଙ୍କୁ ଟକ୍କର ଦେବା ପାଇଁ ଏକାଠି ହୋଇଛନ୍ତି ବିରୋଧୀ । ପାଟନା ପରେ ବେଙ୍ଗଲୁରୁରେ ଦୁଇଦିନିଆ ବୈଠକ ଆୟେଜିତ ହୋଇଛି । ତେବେ ଏହି ବୈଠକର ନାଁ ଇଣ୍ଡିଆ ରଥିଛନ୍ତି । ଯାହାର ପୂରା ନାଁ ହେଉଛି Indian National Democratic Inclusive Alliance  ।

ବାଙ୍ଗଲୋରରେ ଆୟୋଜିତ ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନେ ଖଡଗେ କହିଛନ୍ତି ୨୬ ଦଳ ଏକଜୁଟ ହୋଇ କାମ କରିବାକୁ ପ୍ରସ୍ତୁୁତ ହୋଇଥିବାରୁ ଖଡଗେ ବହୁତ ଖୁସି । ସେ କହିଛନ୍ତି ଏବେ ଆମର ୧୧ଟି ରାଜ୍ୟରେ ସରକାର ରହିଛି । ବିଜେପିକୁ ଏକାକୀ ୩୦୩ ଆସନ ମିଳିନାହିଁ ।

ଆଉ ନୂଆ ବିରୋଧୀଙ୍କ ବୈଠକରେ ଆପ୍ ଏବଂ ଟିଏମ୍ସି ସମେତ ଅନ୍ୟ ଅଣ ବିଜେପି ଦଳ ଗୁଡ଼ିକର ସାମିଲ ହେଉଥିବାରୁ ୟୁପିଏ (ୟୁନାଇଟେଡ୍ ପ୍ରୋଗ୍ରେସିଭ ଆଲିଆନ୍ସ)କୁ ବଦଳାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ଜ୍ଝ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ପୂର୍ବରୁ ୨ ଥର ତଥା ୨୦୦୪ ରୁ ୨୦୧୪ ପର୍ୟ୍ୟନ୍ତ କେନ୍ଦ୍ରରେ କ୍ଷମତାରେ ଥିଲା। ସୋନିଆ ଏହାର ସଭାପତି ଅଛନ୍ତି।