ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ସାଂସଦଙ୍କ କଡା ସମାଲୋଚନା । ଟୁଇଟ କରି ସମାଲୋଚନା କରିଛନ୍ତି ସାଂସଦ ଅମର ପଟ୍ଟନାୟକ । ଜୟନାରାୟଣଙ୍କ ମନ୍ତବ୍ୟକୁ ପାଗଳର ପ୍ରଳାପ ବୋଲି କହିଲେ ଅମର । ଏହାସହିତ ସେ ଲେଖିଛନ୍ତି ତାଙ୍କୁ ନିହାତି ଚିକିତ୍ସା ଆବଶ୍ୟକ । ତେବେ ଗତ କିଛି ଦିନ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଛି । ଶାସକ ବିରୋଧି ମୁହାଁ ମୁହିଁ ହେଉଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ନେଇ ବିଜେପି ଆନ୍ଦୋଳନ କରୁଛି । ତେବେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ଭିନ୍ନ ଭିନ୍ନ ମତ ଦେଉଥିବାରୁ ଚାରିଆଡୁ ସମାଲୋଚନାର ଶିକାର ହେଉଛନ୍ତି । ନିକଟରେ ମହିଳା ଆଇଆଇସିଙ୍କୁ ଧକ୍କା ମାରିବା ଘଟଣାରେ ଜୟନାରାୟଣଙ୍କ ବିରୋଧରେ ବିରୋଧର ସ୍ୱର ଉଠିଥିଲା । ଏହାପରେ ଗୋଟିଏ ପରେ ଗୋଟିଏ ମନ୍ତବ୍ୟ ଦେଇ ଅଡୁଆରେ ଛନ୍ଦି ହେଉଛନ୍ତି ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର ।