ଟୀକା ପାଇଁ ଅନଲାଇନ ଟେଣ୍ଡର ଡାକିଲା ଔଷଧ ନିଗମ

ଭୁବନେଶ୍ୱର: ରାଜ୍ୟ ସରକାର ଟୀକାକରଣ ପ୍ରକ୍ରିୟାକୁ ନିରବଚ୍ଛିନ୍ନଭାବେ ଜାରି ରଖିବାକୁ ଅନଲାଇନ ଗ୍ଲୋବାଲ ଟେଣ୍ଡର ପାଇଁ ନିଷ୍ପତ୍ତି ନେବା ପରେ ରାଜ୍ୟ ଔଷଧ ନିଗମ ଟେଣ୍ଡର ଡାକିଛି । ଆସନ୍ତା ୧୯ ତାରିଖରେ ଅନଲ।।ଇନ ବୈଠକ ବସିବ । ବୈଠକରେ ଅନଲାଇନ ଲିଙ୍କ ଘୋଷଣା କରାଯିବ । ୨୦-୨୮ ମଧ୍ୟରେ ବିଡ ଦାଖଲ କରିବାକୁ କୁହାଯାଇଛି । ଡିସିଜିଆଇ ଅନୁମୋଦିତ ଟୀକାକାରୀ ସଂସ୍ଥା ଆବେଦନ କରି ପାରିବେ ।
ବିଶ୍ୱ ବଜାରରୁ ରାଜ୍ୟସରକାର ୩କୋଟି ୮୦ ଲକ୍ଷ ଟୀକା କିଣିବାକୁ ଲକ୍ଷ୍ୟ ରଖିଛନ୍ତି । ତେଣୁ ଟୀକା ଯୋଗଣକାରୀ କମ୍ପାନୀକୁ ୩୦ ଦିନରେ ୭୫ ଲକ୍ଷ ଡୋଜ ଦେବାକୁ ହେବ । ଏଥିରେ ରାଜ୍ୟସରକ।।ର ଧାର୍ୟ୍ୟ ଡୋଜର ୩୦ ପ୍ରତିଶତ ଆଗୁଆ ଦେବେ ଓ ଟୀକା ପାଇବାର ୨୦ ଦିନ ପରେ ବାକି ଟଙ୍କା ପଇଠ କରିବେ । ଏହି ଟେଣ୍ଡରର ଅବଧି ୬ ମାସ ରଖିଛି ଔଷଧ ନିଗମ । ଏଥିସହ ୬ ମାସ ମଧ୍ୟରେ ଆବେଦନକାରୀ ସଂସ୍ଥା ନିଜର ଆବେଦନ ଫେରାଇ ପାରିବେ ନାହିଁ ।