(ରଜନୀକାନ୍ତ ପାତ୍ର / ହିଞିଳି) ; ଗଞ୍ଜାମ ଜିଲ୍ଲାର ସୋରଡ଼ା ଥାନା ଅନ୍ତର୍ଗତ ବରାଡ଼ି ଗାଁ ନିକଟସ୍ଥ ବାନ୍ଥୁଳି ନଦୀରେ ବୁଡି ଜଣେ ଜୁବକ ଙ୍କ ମୃତ୍ୟୁ ହୋଇଛି।ମୃତକ ଜଣକ ହେଲେ ବରାଡ଼ି ଗ୍ରାମର ଅଶୋକ ପଣ୍ଡା।ଅଶୋକ ପ୍ରତିଦିନ ଭଳି ଆଜି ମଧ୍ୟ ନିଜ ଜମିକୁ ଚାଷ କରିବା ପାଇଁ ଯାଇଥିଲେ।କାମ ସାରି ନଦୀରେ ଗାଧୋଇବା ବେଳେ ଗୋଡ ଖସି ଯିବାରୁ ଗଭିର ଜଳ ଭିତକୁ ଚାଲି ଯାଈଥିଲେ ।ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ! ଘରକୁ ନ ଫେରିବାରୁ ପରିବାର ଲୋକେ ଥାନାରେ ନିଖୋଜ ରିପୋର୍ଟ କରିଥିଲେ। ପରିବାର ଲୋକେ ଖୋଜିବାକୁ ନଦୀ କୁ ଯାଇଥିଲେ ସେଠାରେ ତାଙ୍କର ମୃତଦେହ ଦେଖିବାକୁ ପାଇଥିଲେ।ସୋରଡ଼ା ଥାନାକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବେଛେଦ ପାଇଁ ଭଞ୍ଜନଗର ମେଡିକାଲ କୁ ପଠାଇ ଅଧିକ ତଦନ୍ତ କରୁଛି।