କରୋନା ମୃତକଙ୍କ ମଧ୍ୟରେ ଏକ ମାସର ଶିଶୁ ସାମିଲ

କରୋନା ଭାଇରସ ଦେଶରେ ଆତଙ୍କ ମଚାଇଛନ୍ତି । ଫଳରେ ହିମାଚଳ ପ୍ରଦେଶରେ ଅନେକ ଲୋକଙ୍କ ଜୀବନ ଗଲାଣି । ପ୍ରତିଦିନ ୫୦ରୁ ଅଧିକ ରୋଗୀ

(ସିମଲା) : କରୋନା ଭାଇରସ ଦେଶରେ ଆତଙ୍କ ମଚାଇଛନ୍ତି । ଫଳରେ ହିମାଚଳ ପ୍ରଦେଶରେ ଅନେକ ଲୋକଙ୍କ ଜୀବନ ଗଲାଣି । ପ୍ରତିଦିନ ୫୦ରୁ ଅଧିକ ରୋଗୀ ମୃତ୍ୟୁ ବରଣ କରୁଛନ୍ତି। ଶୁକ୍ରବାର ଦିନ ରାଜ୍ୟରେ ସର୍ବାଧିକ ୬୭ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଏକ ମାସର ଶିଶୁ ମଧ୍ୟ ସାମିଲ ରହିଛି।

ସୂଚନାନୁସାରେ, ରାଜଧାନୀ ଶିମଲାରେ କରୋନାରେ ଏକ ମାସର କୁନି ଶିଶୁର ମୃତ୍ୟୁ ଘଟିଛି। ଶିମଲାର ଆଇଜିଏମସି ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତାଙ୍କୁ ମଇ ୭ରେ ଆଇଜିଏମସିରେ ଭର୍ତ୍ତି କରାଯାଇଥିଲା ଏବଂ ମଇ ୧୩ରେ ତାଙ୍କର ମୃତ୍ୟୁ ହୋଇଛି।