ଅଜଣା ଗାଡି ଧକାରେ ଜଣେ ମୃତ

(ଦିବ୍ୟକାନ୍ତ ବେହେରା) ଚିଲିକା: ଗତକାଲି ବିଳମ୍ବିତ ରାତିରେ ବାଲୁଗାଁ ୧୬ ନଂ ଜାତୀୟ ରାଜପଥର ଆଙ୍କୁଲା ଗ୍ରାମଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ରଜତ ବିଶ୍ୱାଳ ,ବୟସ ୩୦ । ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଅଜଣା ଗାଡି ରଜତ ବିଶ୍ୱାଳ ଙ୍କ ଓଡି ୦୨ ଏବି ୨୯୧୧ ବାଇକକୁ ଶକ୍ତ ଧକ୍କା ଦେଇଥିଲା। ସଙ୍ଗେ ସଙ୍ଗେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ଵାରା ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ସେଠାରେ ମଧ୍ୟ ଚିଲିକା ଅତିରିକ୍ତ ତହସିଲଦାର , ବାଲୁଗାଁ ପୋଲିସ ପହଞ୍ଚି ରେଡକ୍ରସ ଫଣ୍ଡରୁ ୧୦,୦୦୦ ଟଙ୍କା ସହିତ ମୃତକଙ୍କୁ ପରିବାରକୁ ହସ୍ତାନ୍ତର କରାଯାଇଛି।