ପୋଲସରା ବ୍ଲକ ସମ୍ମିଳନୀ କକ୍ଷରେ ୧୭ ସେପ୍ଟେମ୍ବର ଠାରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଅନୁଷ୍ଠିତ ସ୍ବଚ୍ଛ ଉତ୍ସବକୁ ନେଇ ସଫେଇ ମିତ୍ର ମାନଙ୍କର ଏକ ଦିବସୀୟ ସଚେତନତା କର୍ମଶାଳା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଏକ ଦିବସୀୟ କର୍ମଶାଳା ଶିବିର ପୋଲସରା ପଞ୍ଚାୟତ ସମିତି ଓ ଜିଲ୍ଲା ଜଳ ଓ ପରିମଳ ମିଶନ ଜିଲ୍ଲା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୋନମ୍ ବେହେରା ପରିଚାଳନା କରିଥିଲେ । ବ୍ଳକ ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀ, ସଞ୍ଜୟ ଗୌଡ଼ ମଞ୍ଚାସିନ ହୋଇ ସଫେଇ ଓ ସ୍ବଚ୍ଛତାକୁ ନେଇ ବକ୍ତବ୍ୟ ରଖିଥିଲେ। ଏହାସହିତ ଅଳିଆ ଆବର୍ଜ୍ଜନା ହୋଇ ରହିଥିବା ବ୍ଳକ ପରିସରକୁ ସଫାସୁତୁରା କରାଯାଇଥିଲା। ପାନୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ସ୍ଵରୁପ ତ୍ରୀପାଠୀ ,ଆଇନଜୀବୀ ସୁଶାନ୍ତ କୁମାର ସାହୁ, ବେଲଗାଁ ସରପଞ୍ଚ ମୁନା ପ୍ରଧାନ, ମଧୁପଲ୍ଲୀ ସରପଞ୍ଚ ବସନ୍ତ କରଣ, ବନ୍ଥପଲ୍ଲୀ ସରପଞ୍ଚ ପବିତ୍ର ରାଉତ,ମାଳ ତେନ୍ତୁଳିଆ ସରପଞ୍ଚ ଅସ୍ପତ ରାଉତ,ଢୁଙ୍କାପଡା ସରପଞ୍ଚ ସିମାଞ୍ଚଳ ସେଠୀ,କଳମ୍ବ ସରପଞ୍ଚ ପ୍ରତିନିଧି ସୁଶିତ ସାହୁ ,ବୁଢେଇଶୁଣି ମନୋଜ ପରିଡ଼ା, ବଡପଙ୍କଳବାଡି ସରପଞ୍ଚ ପ୍ରତିନିଧି ବୁଲୁ ବେହେରା ସମେତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସଫେଇ ମିତ୍ର ମାନେ ଉପସ୍ଥିତ ଥିଲେ।