ଗଞ୍ଜାମ/ହରପ୍ରସାଦ ବିଶୋଇ: କୋଦଳା ପୋଲିସକୁ ବଡ଼ ସଫଳତା ମିଳିଛି । ଗତ ଜୁଲାଇ ୫ରେ ଜଣେ ରୁପା ବ୍ୟବସାୟୀଙ୍କ ଡିକି ଭାଙ୍ଗି ରୁପା ଅଳଙ୍କାର ଲୁଟି ନେଇଥିବା ୩ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣକୁ ଗିରଫ କରିବା ସହ ୪କିଲୋ ୫୦୦ ଗ୍ରାମର ବିଭିନ୍ନ କିସମର ରୁପା ଅଳଙ୍କାର ଜବତ କରିଛନ୍ତି । ଅନ୍ୟ ୨ଜଣ ଫେରା଼ର ଥିବାନେଇ ପ୍ରେସମିଟ ଜରିଆରେ ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ ଉପସ୍ଥିତିରେ ପୁରୁଷୋତ୍ତମପୁର ଏସଡିପିଓ ସୂର୍ୟ୍ୟମଣି ପ୍ରଧାନ ପ୍ରକାଶ କରିଛନ୍ତି ।
ପ୍ରକାଶଥାଉ କି, ଜୁଲାଇ ୫ତାରିଖ ସକାଳ ୮ ଟାରେ ରୁପା ବ୍ୟବସାୟୀ ଶିବରାମ ସେନାପତି ପ୍ରତିଦିନ ଭଳି ଦିଗାପଡା ରୋଡ ଠାରେ ଥିବା ନିଜ ରସ ଦୋକାନ ଆଗରେ ନିଜର ଗାଡି ରଖି ଦୋକାନ ଭିତରକୁ ଯାଇଥିବା ବେଳେ ହଠାତ ରାସ୍ତାରେ ପାଟିତୁଣ୍ଡ ଶୁଣି ଦାଣ୍ଡକୁ ଆସି ଦେଖିବା ବେଳେ ଏକ ଝାରଖଣ୍ଡ ମୋଟର ସାଇକଲରେ ୨ ଦୁର୍ବୃତ୍ତ ଆସି ଗାଡି ଡ଼ିକି ଭାଙ୍ଗି ବେପାର ପାଇଁ ରଖିଥିବା ଏକ ରୁପା ଭର୍ତ୍ତି ବ୍ୟାଗ ଧରି ଚମ୍ପଟ ମାରିଥିଲେ । ପଛରେ କିଛି ଲୋକ ଗୋଡ଼ାଇ ଥିଲେ ସୁଦ୍ଧା ମୋଟର ସାଇକଲର ଦ୍ରୁତ ଗତି ଆଗରେ ହାର ମାରିଥିଲେ । ଦୁର୍ବୃତ୍ତଙ୍କ ଗାଡିଟି ଖଲ୍ଲିକୋଟ ଅଭିମୁଖେ ଯାଇଥିବା ବେଳେ ତାକୁ ପିଛା କରି ଶିବ କଞ୍ଚଣା ପର୍ୟ୍ୟନ୍ତ ଗୋଡ଼ାଇ ବିଫଳ ହୋଇ ଫେରି ପୋଲିସରେ ଏତଲା ଦେଇଥିଲେ । ଏତଲା ପାଇ ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ କୋଦଳା ପୋଲିସ ତଦନ୍ତ ଆରମ୍ଭ କରି ବସଷ୍ଟାଣ୍ଡ ଦୋକାନ ମାନଙ୍କରେ ଲାଗିଥିବା ଶିଶି ଟିଭି ଫୁଟେଜ କୁ ଅନୁସରଣ କରି ଆଜି କୋଦଳା ରେଞ୍ଜର ବଙ୍ଗଳା ମରାଠି ସାହି ନାଗେଶ୍ୱର ପ୍ରଧାନଙ୍କ ପୁଅ ରାଙ୍ଗା ପ୍ରଧାନ କୁ ଗିରଫ କରିଥିବା ବେଳେ ଯାଜପୁର ଜିଲ୍ଲା ଦେଶୀମାଣିଆ ସାହି ଗ୍ରାମର ଛୋଟୁ ବିଜୟ ପ୍ରଧାନ ଓ ଗୁଣି ପ୍ରଧାନ ଫେରାର ହୋଇଯାଇଥିବା ନେଇ ଏସ୍ଡ଼ିପିଓ ସୂଚନା ଦେଇଛନ୍ତି।