ଉମରକୋଟ / ମନୋଜ କୁମାର ନାୟକ : ନବରଙ୍ଗପୁର ଜିଲ୍ଲା ଉମରକୋଟ ସାନବରଣ୍ଡି ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତା ପାର ହେଉଥିବା ସମୟରେ ଏକ ପିକ ଅପ ଗାଡି ଦ୍ୱାରା ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କ ଦୁର୍ଘଟଣା ହେବାରୁ ଘଟଣା ସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ, ଉମରକୋଟ ବ୍ଲକ ଅଧୀନରେ ଥିବା ସାନ ଭରଣ୍ଡୀ ଗ୍ରାମର ଗୌରୀ ମାଝୀ (୮୦)ନାମକ ବୃଦ୍ଧା ସକାଳ ପ୍ରାୟ ଘ ୫:୩୦ମିନିଟ ସମୟରେ ରାସ୍ତା ପାର କରୁଥିବା ବେଳେ ଉମରକୋଟ ପଟରୁ ଛତୁ, ଦହି ବୋଝେଇ ଏକ ପିକ ଅପ ନଂ ଉଏ ୦୪ଚଈ ୨୭୩୦ ଧକ୍କା ଦେଇ ବୃଦ୍ଧାଙ୍କୁ ପ୍ରାୟ ୩୦ମିଟର ଘୋଷାଡ଼ି ନେଇଥିବା ଜଣାପଡିଛି । ଘଟଣା ସ୍ଥଳରେ ହିଁ ବୃଦ୍ଧା ଗୌରୀ ମାଝୀ ଙ୍କ ମୃତ୍ୟୁ ଘଟିଥିଲା । ଗ୍ରାମବାସୀ ମୃତ ଶରୀର କୁ ରାସ୍ତା ଉପରେ ରଖି କ୍ଷତି ପୂରଣ ନିମନ୍ତେ ରାସ୍ତା ରୋକ କରିଥିଲେ । ଯାହାଫଳରେ ଯାତାୟାତ ବନ୍ଦ ରହିଥିଲା । ଖବର ପାଇ ଉମରକୋଟ ଥାନା ଅଧିକାରୀ ଦମ୍ବରୁଧର ପ୍ରଧାନ, ଏସ ଆଇ ଅକ୍ଷୟ ମିଶ୍ର, ଏସ ଆଇ ପ୍ରକାଶ ମିଶ୍ର, ଏସ ଆଇ ପୁର୍ଣିମା ଟେଟେ, ଏ ଏସ ଆଇ ରାମାନନ୍ଦ ପ୍ରଧାନ ଏବଂ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଥିଲେ ସୁଦ୍ଧା ଲୋକେ ଓହରି ନ ଥିଲେ ।