ଆସନ୍ତାକାଲି ଓଜେଇଇ ପରୀକ୍ଷାଫଳ

(ଅନୁସ୍ୱୟା)ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ପରୀକ୍ଷାଫଳ । କାଲି ସାଢେ ୧୨ଟା ବେଳେ ସଚିବାଳୟରେ ଏହି ପରୀକ୍ଷା ଫଳ ଘୋଷଣା ହେବ । ଏଥିପାଇଁ ଉଭୟ ଛାତ୍ରଛାତ୍ର ଏବଂ ପିତାମାତାଙ୍କ ମନରେ ଉତ୍ସାହ ଦେଖାଦେଇଛି । ପ୍ରଥମଥର ଲାଗି ପିଜି ସ୍ତରର କୋର୍ସ ପାଇଁ ଓଜେଇଇ ପକ୍ଷରୁ ଅନଲାଇନ୍ ଟେଷ୍ଟ ହୋଇଥିଲା । ଆସନ୍ତାକାଲି ଉଭୟ ଅନଲାଇନ ଓ ଅଫଲାଇନରେ ହୋଇଥିବା ପରୀକ୍ଷାର ଫଳ ପ୍ରକାଶ ପାଇବ । ପିଜି କୋର୍ସ ପାଇଁ ୧୭ ହଜାର ୩୫୫ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ଏମ ଫାର୍ମା , ଇଂଜିନିୟରିଂ ପାଇଁ ପ୍ରାୟ ୩୦,୦୦୦ ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ।ଦୁଇ ଦିନ ଧରି ଛାତ୍ରଛାତ୍ରୀ ଏହି ଏହି ପରୀକ୍ଷା ଦେଇଥିଲେ । ପ୍ରଥମ ଦିନରେ ତିନୋଟି ସିଟିଂରେ ପରୀକ୍ଷା ହୋଇଥିଲା। ଏମ୍ସିଏ, ଏମ୍.ଟେକ୍, ଏମ୍.ଫାର୍ମ, ଏମ୍.ଆର୍କ ଓ ଏମ୍. ପ୍ଲାନ୍ , ଏମ୍ବିଏ ପ୍ରବେଶିକା ପରୀକ୍ଷା ପାଇଁ ଓଜେଇଇରେ ପିଲା ପରୀକ୍ଷା ଦେଇଥିଲେ । ତିନୋଟି ସିଟିଂରେ ପରୀକ୍ଷା କରାଯାଇଥିଲା । ବାତ୍ୟା ‘ଫନି’ ଲାଗି ଅନଲାଇନ ପରୀକ୍ଷାକୁ ଘୁଞ୍ଚାଯାଇଥିଲା ।