ଭୁବନେଶ୍ଵର: ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ନାମ ଫଳକ ଲେଖିବାକୁ ତାଗିଦ ହୋଇଛି । ନିୟମକୁ କଡ଼ାକଡ଼ିଭାବେ ପାଳନ କରାଯାଇଛି କି ନାହିଁ ସେ ନେଇ ସେପ୍ଟେମ୍ବର ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ । ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ପକ୍ଷରୁ ବିଭିନ୍ନ ଆୟୁକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ମହାନଗର ନିଗମ/ପୌରପାଳିକା/ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଚିଠି କରାଯାଇଛି । ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଓଡ଼ିଶାର ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକର ଅଧୀନରେ ଥିବା ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ନିଜ ନିଜ ସାଇନ୍ ବୋର୍ଡରେ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦେବାକୁ ଗୃହ ଓ ନଗର ଉନ୍ନୟନ ବିଭାଗର ପଦକ୍ଷେପ । ଓଡ଼ିଆ ଭାଷାକୁ ବାଧ୍ୟତାମୂଳକ ବ୍ୟବହାର ପାଇ ନିର୍ଦ୍ଦେଶ ରହିଛି । ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ସାଇନ ବୋର୍ଡର ମୋଟ୍ କ୍ଷେତ୍ରଫଳର ଅନୁନ୍ୟ ୬୦ ପ୍ରତିଶତ ଭାଗରେ ଓଡ଼ିଆ ଭାଷା ଲିପିର ବ୍ୟବହାର କରିବେ । ଏହା ଓଡିଆ ଭାଷାର ଦୃଶ୍ୟମାନତା ବୃଦ୍ଧି କରିବା ସହ ଜନ ସାଧାରଣଙ୍କ ପାଇଁ ସୁବିଧା ହୋଇପାରିବ । ଓଡ଼ିଶାର ସାଂସ୍କୃତିକ ଓ ଭାଷାଗତ ଐତିହ୍ୟର ପ୍ରୋତ୍ସାହନ ତଥା ଯେଉଁମାନେ ଅନ୍ୟ କୌଣସି ଭାଷା ବା ଲିପି ବୁଝି ନଥାନ୍ତି ସେମାନଙ୍କ ସୁବିଧା ପାଇଁ, ଓଡ଼ିଆ ଭାଷାର ବ୍ୟବହାର ସୁନିଶ୍ଚିତ କରିବା ଅତ୍ୟନ୍ତ ଫଳପ୍ରଦ ହେବ । ଏହି ଉଦ୍ଦେଶ୍ୟରେ, ନିମ୍ନଲିଖିତ ନିର୍ଦ୍ଦେଶ ଜାରି କରାଯାଇଛି । ତେବେ ସେପ୍ଟେମ୍ବର ୩୦ ସୁଦ୍ଧା ନିର୍ଦ୍ଦେଶର ପରିଚାଳନା ସୁନିଶ୍ଚିତ କରିବାକୁ କହିଲେ । ଅନୁପାଳନ ନ କଲେ ବାଣିଜ୍ୟିକ ଅନୁଷ୍ଠାନମାନଙ୍କୁ ନୋଟିସ୍ କରାଯିବ । ନୋଟିସ୍ର ୫୫ ଦିନରେ ସଂଶୋଧନ କଲେ ଦିନକୁ ୫୦୦ ଟଙ୍କା ପଡ଼ିବ ଫାଇନ୍ ।