ଓଡିଶାର ବିକାଶ ହେଉଛି କିନ୍ତୁ ବିରୋଧୀଦଳ ନେତାଙ୍କୁ 5-T ର ଭୁତ ଘାରିଛି ; ତାଙ୍କୁ ମାନସିକ ଭ୍ରମ ସୃଷ୍ଟି ହେଉଛି:ଲତିକା ପ୍ରଧାନ, ବିଜେଡି ବିଧାୟିକା

ଭୁବନେଶ୍ୱର:ଓଡିଶାର ବିକାଶ ହେଉଛି କିନ୍ତୁ ବିରୋଧୀଦଳ ନେତାଙ୍କୁ 5-T ର ଭୁତ ଘାରିଛି ।  5-T ମାଧ୍ୟମରେ ପ୍ରତ୍ୟେକ ସ୍କୁଲର କାୟାକଳ୍ପ ପରିବର୍ତନ ହୋଇଗଲା, ଯେଉଁଠି ବ୍ରିଜ ଆବଶ୍ୟକ ହୋଇଯାଉଛି | କରୋନା ସମୟରେ ମନ୍ଦିର ଗୁଡିକର ଯେଉଁ ପରିବର୍ତନ ହୋଇଛି, ତାକୁ ରାତି ଅଧିଆ ଦେଖି ସେ ବିଚଳିତ ଏବଂ ବାଚାଳ ହେଇଯାଉଛନ୍ତି । ତାଙ୍କୁ ମାନସିକ ଭ୍ରମ ସୃଷ୍ଟି ହେଉଛି | ସେ ସବୁବେଳେ ବିଧାନସଭାରେ 5-T, 5-T ଏବଂ ସିଏମଓ କଥା କହୁଛନ୍ତି ।  ତିନି ତିନି ଜଣ ଆଇଏସ ଅଫିସର 5-T କାର୍ଯ୍ୟକୁ ତଦାରଖ କରୁଛନ୍ତି, ସାରା ଓଡିଶା ବୁଲୁଛନ୍ତି, ଲୋକଙ୍କ ଯାହା ଆବଶ୍ୟକତା ଓଡିଶାର ଆବଶ୍ୟକତା ଅନୁସାରେ ଭାରତର ବେଷ୍ଟ କେପ୍ଟ ସିକ୍ରେଟ ହୋଇପାରିଛି । ଏହା ପଛରେ ସମସ୍ତଙ୍କର ଉଦ୍ୟମକୁ ସେ ସହ୍ୟ କରି ପାରୁନାହାନ୍ତି, ନଚେତ ତାଙ୍କର ଏକ ଭ୍ରମ ରହିଯାଇଛି ଏଭଳି ଏକ ପରିବେଶ ସୃଷ୍ଟି ହୋଇପାରିବ ଓଡିଶାରେ । ତାଙ୍କର ମାନସିକ ଭ୍ରମ ସୃଷ୍ଟି ହୋଇଛି, ମାନସିକ ଦୋଷ ମଧ୍ୟ ରହିଛି । ତାଙ୍କର ଟ୍ରିଟମେଣ୍ଟର ଆବଶ୍ୟକତା ରହିଛି, ଆମେ ତାଙ୍କୁ ସରକାରଙ୍କ ତରଫରୁ ସବୁ ପ୍ରକାର ସହାୟତା ଯୋଗାଇବାକୁ ପ୍ରସ୍ତୁତ।