ଆସନ୍ତାକାଲି ଓଡି଼ଶା ଇନଭେଷ୍ଟ ମିଟ୍

ନିବେଶକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବୁଧବାର ଓଡି଼ଶା ଇନଭେଷ୍ଟର୍ସ ମିଟ ଦୁବାଇରେ ଅନୁଷ୍ଠିତ ହେବ। ଓଡି଼ଶାର ସରକାର ଓ ଫିକିର ମିଳିତ ସହଯୋଗରେ ଓଡି଼ଶା ନିବେଶକ ସମ୍ମିଳନୀ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଉଚ୍ଚସ୍ତରୀୟ ଟିମ୍ ଦୁବାଇରେ ପହଞ୍ଚିଛନ୍ତି। ଯେଉଁଥିରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମା, ୫-ଟି ସଚିବ ଭିକେ ପାଣ୍ଡିଆନ ପ୍ରମୁଖ ସାମିଲ ହୋଇଛନ୍ତି। ବିଦେଶୀ ନିବେଶକ ଓଡି଼ଶାରେ ପୁଞ୍ଜିନିବେଶ କରିବା ସମ୍ମିଳନୀ ମୁଖ୍ୟ ଲକ୍ଷ ରହିଛି। ପେଟ୍ରୋକେମିକାଲ, ପ୍ଲାଷ୍ଟିକ. ଖାଦ୍ୟ, ପ୍ରକ୍ରିୟାକରଣ, ଟେକ୍ସଟାଇଲ, ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ ଉପରେ ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କ ଫୋକସ ରହିବ। ନବୀନ ଶିଳ୍ପ ସ୍ଥାପନ ପାଇଁ ଓଡି଼ଶା ଏକ ପ୍ରଜୁଯ୍ୟ ସ୍ଥାନ ବୋଲି ସମ୍ବୋଧନ କରିବେ। ପୁଞ୍ଜିନିବେଶ ପାଇଁ ଥିବା ସିଙ୍ଗିଲ ୱ୍ୱିଣ୍ଡୋ ବ୍ୟବସ୍ଥା, ଜମି ଯୋଗାଣରେ ସୁବିଧା ସମ୍ପର୍କରେ ମତ ରଖିବେ। ରାଜ୍ୟର ପ୍ରମୁଖ ଶିଳ୍ପ ସଂସ୍ଥାର ପ୍ରତିନିଧି ନିବେଶ ସମ୍ମିଳନୀରେ ସାମିଲ ହେବା ସୂଚନା ରହିଛି। ନିବେଶ ସମ୍ମିଳନୀ ପରେ ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ପ୍ରବାସୀ ଓଡିଆ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।