(ରିପୋର୍ଟସ ଟୁଡ଼େ / ଭୁବନେଶ୍ୱର ): ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠାରେ ବିଳମ୍ବ ନେଇ ଓଡ଼ିଶାକୁ ଜରିମାନା କରାଯାଇଛି। ଆଜି ସୁପ୍ରିମକୋର୍ଟ ଓଡ଼ିଶା ସହ ୮ଟି ରାଜ୍ୟକୁ ଏକ ଲକ୍ଷ ଟଙ୍କା ଲେଖାଏ ଜରିମାନା କରିଥିବା ସୂଚନା ମିଳିଛି।
ରାଜ୍ୟଗୁଡ଼ିକରେ ଗ୍ରାମ୍ୟ ନ୍ୟାୟାଳୟ ପାଇଁ ଦୀର୍ଘଦିନ ହେବ ନିର୍ଦ୍ଦେଶ ଥିଲେ ମଧ୍ୟ ଏଯାଏଁ ପ୍ରତିଷ୍ଠା ହୋଇପାରି ନାହିଁ । ସମାଧାନ ନ ହୋଇ ମାସ ମାସ ଧରି ପଡ଼ିରହୁଛି ମାମଲା । ତେବେ ଆଜି ସୁପ୍ରିମକୋର୍ଟରେ ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠାରେ ବିଳମ୍ବ ନେଇ ସମସ୍ତ ରାଜ୍ୟକୁ ଜବାବ ମଗାଯାଇଥିଲା । ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠାରେ ବିଳମ୍ବ ପାଇଁ ଜବାବ ଦେବାରେ ଖିଲାପ କରିଥିଲେ ରାଜ୍ୟ । ଫଳରେ ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠାରେ ବିଳମ୍ବ ନେଇ ଓଡ଼ିଶା ସହ ୮ଟି ରାଜ୍ୟକୁ ଲକ୍ଷେ ଲେଖାଏଁ ଜରିମାନା ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହା ସହ ଗ୍ରାମ୍ୟ ନ୍ୟାୟାଳୟ ପାଇଁ ମାସେ ମଧ୍ୟରେ ବିଜ୍ଞପ୍ତି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।