ରାୟଗଡ଼ା: ମିସେସ ଏସିଆ ୱାର୍ଲଡ-୨୦୨୩ ଜିତିଲେ ଓଡ଼ିଆ ଝିଅ| ଥାଇଲାଣ୍ଡର ବ୍ୟାଙ୍ଗକକ୍ରେ ଅନୁଷ୍ଠିତ ମିସେସ ଏସିଆ ୱାର୍ଲଡ-୨୦୨୩ ପ୍ରତିଯୋଗିତାରେରାୟଗଡାର ଝିଅ ଡ.ସଂଧ୍ୟା ଦଳେଇ ବିଜୟିନୀ ହୋଇଛନ୍ତି। ଏହି କାର୍ଯ୍ୟକ୍ରମକୁ ମୁମ୍ବାଇ ଗ୍ଲୋବାଲ ଇଣ୍ଟରନେସନାଲ ବ୍ୟୁଟି ପେଜିଏଣ୍ଟ ତରଫରୁ ଆୟୋଜନ କରାଯାଇଥିଲା। ଡ.ସଂଧ୍ୟା ଦିଲ୍ଲୀରେ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ସାମିଲ ହୋଇ ଭାରତରୁ ୬ ଜଣଙ୍କ ମଧ୍ୟରୁ ଜଣେ ସାମିଲ ହୋଇଥିଲେ।
ଗତ ୧୨ ତାରିଖରେ ବ୍ୟାଙ୍ଗକକ୍ ଠାରେ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୩୦ଟି ଦେଶରୁ ୬୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। କଡ଼ା ପ୍ରତିଯୋଗିତାରେ ରାୟଗଡାର ସଂଧ୍ୟା ସମସ୍ତଙ୍କୁ ପଛରେ ପକାଇ ଏହି ଟାଇଟଲକୁ ହାସଲ କରିଥିଲେ।