ପ୍ରସିଦ୍ଧ ଶୈବପୀଠରେ ନୂଆଖାଇ ଲଗ୍ନ ଧାର୍ଯ୍ୟ

ସୋନପୁର (ଓମପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଚରଦା ସ୍ଥିତ କପିଳେଶ୍ୱର ମନ୍ଦିରରେ ଗୁରୁବାର ନବାନ୍ନ ଲାଗି ଲଗ୍ନ ଧାର୍ଯ୍ୟ କରାଯାଇଛି । ଟ୍ରଷ୍ଟ ବୋର୍ଡ ସଭାପତି ଅଶୋକ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପଣ୍ଡିତ ଭାସ୍କର ପୁରୋହିତ ନୂଆଖାଇ ଲଗ୍ନ ଘୋଷଣା କରିଥିଲେ । ଦିନ ୧୦.୧୧ ରୁ ୧୦.୨୫ ମିନିଟ ମଧ୍ୟରେ ବାବା କପିଳେଶ୍ୱର ଓ ମା’ ଚରଦେଇ ପୀଠରେ ନବାନ୍ନ ଭୋଗ ଅର୍ପଣ ଶୁଭ ବୋଲି ନିର୍ଘଣ୍ଟ କରିଥିଲେ ପୁରୋହିତ ।