ସୁରକ୍ଷା ନ ଦେଲେ ଏଣିକି ହେବନି କାମ : ମହିଳା ଡାକ୍ତରଙ୍କ ଚେତାବନୀ

0

ନୂଆଦିଲ୍ଲୀ : କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ, କୋଲକାତାର ମହିଳା ଡାକ୍ତରଙ୍କ ଦୁଷ୍କର୍ମ ପରେ ପରେ ହତ୍ୟା ଘଟଣାର ସିବିଆଇ ତଦନ୍ତ କରାଯିବ। ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ ହେବ ପରେ ୩ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ମିଳିଛି। ଏହା ବ୍ୟତୀତ ସମସ୍ତ ଡକ୍ୟୁମେଣ୍ଟ ମଧ୍ୟ କୋର୍ଟ ହସ୍ତାନ୍ତର କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରକାଶ ଥାଉ କି, କୋଲକାତାରେ ଥିବା ଆରଜି କର ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରି ହତ୍ୟା କରିବା ଘଟଣାକୁ ନେଇ ପ୍ରତିବାଦ ତେଜିବାରେ ଲାଗିଛି। ଦେଶ ସାରା ଏବେ ଡାକ୍ତରଙ୍କ କାର୍ଯ୍ୟ ବନ୍ଦ କରିବାର ଆନ୍ଦୋଳନ ଜାରି ରହିଛି । ଭିନ୍ନ ଭିନ୍ନ ସ୍ଥାନରୁ ଡାକ୍ତର ମାନେ କାର୍ଯ୍ୟବନ୍ଦ କରି ଆନ୍ଦୋଳନକୁ ଓଲ୍ହେଇଆସିଥବା ଦୃଶ୍ୟ ସାମ୍ନାକୁ ଆସିଛି। ଲଗାତାର ଦୁଇ ଦିନ ଧରି ସାରା ଦେଶର ଡାକ୍ତରମାନେ ଧର୍ମଘଟ ଜାରି ରଖିଛନ୍ତି । ତେବେ ସମଗ୍ର ଦେଶରେ ଓପିଡି ବନ୍ଦ ରହିଥିବା ଖବର ରହିଛି ।

ଅନ୍ୟପକ୍ଷେ, ଏହି ଘଟଣାର ପ୍ରତିବାଦ କରିବାକୁ ଯାଇ ଫେଡେରେସନ ଅଫ ଅଲ ଇଣ୍ଡିଆ ମେଡିକାଲ ଆସୋସିଏସନ ମଧ୍ୟ ଆଜି ଠାରୁ ଓପିଡି ସେବା ବନ୍ଦ କରିବା ପାଇଁ ଘୋଷଣା କରିଛି । ଇଣ୍ଡିଆନ ମେଡିକାଲ ଆସୋସିଏସନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସମୟ ମାଗିଥିବାବେଳେ ଦିଲ୍ଲୀରେ ଡାକ୍ତରମାନେ ଗତକାଲି ଠାରୁ କାର୍ଯ୍ୟ ବର୍ଜନ କରିଛନ୍ତି। ଫଳରେ ୮୦ ପ୍ରତିଶତ ଅସ୍ତ୍ରୋପଚାର ଏମ୍ସରେ କରାଯାଇନାହିଁ । ରେସିଡେଣ୍ଟ ଡାକ୍ତରମାନେ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ।