ଆଉ ବାହାର ରାଜ୍ୟକୁ ଯିବାକୁ ପଡ଼ିବନି: ଏସ ସି ବିରେ ଖୋଲିବ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ୟୁନିଟ

ଭୁବେନେଶ୍ୱର:  ଏଣିକି ଓଡ଼ିଶାରେ ହେବ ହାର୍ଟ ଟ୍ରାନସପ୍ଲାଣ୍ଟ । ଆଉ ବାହାର ରାଜ୍ୟକୁ ଯିବାକୁ ପଡ଼ିବନି । କଟକ ଏସ ସି ବିରେ ଖୋଲିବ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ୟୁନିଟ । ହୃତପିଣ୍ଡ ପ୍ରତିରୋପଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଚେନ୍ନାଇର MGM ହେଲଥ କେୟାର ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ସହ ଏମଓୟୁ ସ୍ୱାକ୍ଷର କରିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହଲିଙ୍ଗଙ୍କ ଉପସ୍ଥିତିରେ ଏମଓୟୁ ସ୍ଵାକ୍ଷରିତ ହୋଇଛି | ଲୋକସେବା ଭବନ ସ୍ଥିତ ସ୍ୱାସ୍ଥ୍ୟ ବିଭାଗ ସମ୍ମିଳନୀ କକ୍ଷରେ ସାକ୍ଷରିତ ହୋଇଛି ଏମ ଓ ୟୁ  । କାର୍ଯ୍ୟକ୍ରମରେ MGM ହେଲଥ କେୟାର ପ୍ରାଇଭେଟ୍ ଲିମିଟେଡର ବରିଷ୍ଠ ଅଧିକାରୀ, ସ୍ୱାସ୍ଥ୍ୟ ସଚିବ, ସ୍ବାସ୍ଥ୍ୟ ନିର୍ଦ୍ଦେଶକ, ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଏବଂ ଏସସିବି ମେଡିକାଲ କଲେଜ ସିଟିଭିଏସ ବିଭାଗର ଡାକ୍ତର ମାନେ ଉପସ୍ଥିତ ଥିଲେ । କଟକ ଏସସିବି ମେଡିକାଲ କଲେଜର ସିଟିଭିଏସ ବା ହୃଦ ରୋଗ ବିଭାଗରେ ପ୍ରତିଷ୍ଠା ହେବ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ୟୁନିଟ ।