(ଆଦର୍ଶ ରାଉତ / ରିପୋର୍ଟସ ଟୁଡ଼େ ) : ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ଗତକାଲି ମୁମ୍ବାଇ ଅଭିମୁଖେ ଯାଇଛନ୍ତି । ଆଜି ସେଠାରେ ହେବାକୁ ଥିବା ନୀତି ଆୟାଗ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଜାଗାରେ ଭାଗ ନେବେ ଅରୁଣ । ଏହି ବୈଠକରେ ରାଜ୍ୟର ଉନ୍ନତିମୂଲକ ବିଭିନ୍ନ ପ୍ରସ୍ତାବକୁ ବୈଠକରେ ଉପସ୍ଥାପନ କରିବେ ମନ୍ତ୍ରୀ । ଯେପରିକି ଚାଷୀର ଆୟବୃଦ୍ଧି ସମେତ ଉନ୍ନତ ମାନର ଜ୍ଞାନ କୌଶଳ ଯୋଗାଇ ଦେବା ପାଇଁ ପ୍ରସ୍ତାବ ରଖିବେ ।
ଏହି ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଯୋଗ ଦୋବକୁ ଥିବା ମୁଖ୍ୟମନ୍ତ୍ରୀ ହେଲେ ମନହୋର ଲାଲ, ପ୍ରେମା ଖାଣ୍ଟୁ, ବିଜୟ ରୂପାନୀ , ଯୋଗୀ ଆଦିତ୍ୟ ନାଥ, କମଳ ନାଥ , ଅମରେନ୍ଦ୍ର ସିଂ ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଯୋଗ ଦେବେ ।