ବୁଢିମା ମନ୍ଦିର କାମ ଦେଖିଲେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଝାରୀ
ଢେରାପଡା ଠାରେ ନୂତନ ଭାବେ ନିର୍ମାଣ ହେଉଥବା ବୁଢିମା ମନ୍ଦିରର କାମକୁ ବୁଲିଦେଖୁଲେ ଅର୍ଥ ଓଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଝାରୀ।
(ଓମ ପ୍ରକାଶ ମିଶ୍ର / ସୁବର୍ଣପୁର) : ଢେରାପଡା ଠାରେ ନୂତନ ଭାବେ ନିର୍ମାଣ ହେଉଥବା ବୁଢିମା ମନ୍ଦିରର କାମକୁ ବୁଲିଦେଖୁଲେ ଅର୍ଥ ଓଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଝାରୀ। ଏଥିପାଇଁମାନ୍ୟବର ମନ୍ତ୍ରୀ ପହଞ୍ଚିବା ପରେ ପ୍ରଥମେ ତାଙ୍କୁ ଢେରାପଡାର ବୁଢିମା କ୍ଲବ ପରିସରରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ପରେ ସେ ଢେରାପଡାର ବରିଷ୍ଠ ଓ ଯୁବ ସଦସ୍ୟଙ୍କ ସହ ଭାବ ବିନିମୟ କରି ମନ୍ଦିର ନିର୍ମାଣ ହେଉଥିବା ସୁଳିକୁ ଯାଇ ମନ୍ଦିର ନିର୍ମାଣ ସଂପର୍କରେ ଉପସ୍ଥିତସମସ୍ତଙ୍କ ସହ ଉନ୍ନତବୈଷୟିକଜ୍ଞାନ କୌଶଳ ଥିବା ସୁଦକ୍ଷ କାରିଗରଙ୍କ ଦ୍ବାରା ମନ୍ଦିର ନିର୍ମାଣକରାଇବା ଉପରେ ମତ ରଖି ମନ୍ଦିର ନିର୍ମାଣ କାମରେ ତଥା ସଂପୃକ୍ତ ୱାର୍ଡ଼ର ସମସ୍ତ ଉନ୍ନୟନକାମ ପାଇଁ ଅର୍ଥର ଅଭାବରହିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ପ୍ରକାଶ ଥାଉକି ସଂପୂର୍ଣ୍ଣ ଦକ୍ଷିଣ ଭାରତୀୟ ଢାଞ୍ଚା ବା ଆନ୍ଧ୍ରପ୍ରଦେଶ ଡିଜାଇନ ରେ ନିର୍ମାଣ ହେବାକୁଥିବା ଏହି ବୁଢିମାମନ୍ଦିର ପାଇଁ ମୋଟ ୫୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରହିଥିବା ମନ୍ଦିର ନିର୍ମାଣ କମିଟିର ସଭାପତି କେ. ସହଦେବ ପାତ୍ରଙ୍କ ସୁତ୍ରରୁ ଜଣାପଡିଛି ।