ଦିଲ୍ଲୀ ଓ ମୁମ୍ବାଇରେ ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା

(ନୁଆଦିଲ୍ଲୀ): ପୁରୁଣା ବର୍ଷକୁ ବିଦାୟ ଦେଇ ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ଆୟୋଜନ କରାଯାଉଥିବା ‘ଜିରୋ ନାଇଟ’ ସେଲିବ୍ରେସନ ଉପରେ ଦିଲ୍ଲୀ ସରକାର କଟକଣା ଜାରି ରହିଛନ୍ତି । ନୂଆବର୍ଷରେ କରୋନା ମାମଲା ଯେପରି ବୃଦ୍ଧି ନ ପାଇବ ତାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତ ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖ ପାଇଁ ି ଦିଲ୍ଲୀରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି । ରାତି ୧୧ଟାରୁ ସକାଳ ୬ଟା ଯାଏ ଏହି କଟକଣା ରହିବ । ରାଜଧାନୀରେ ସର୍ବସାଧାରଣ ସ୍ଥାନରେ ଏକକାଳୀନ ୫ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ମନା କରାଯାଇଛି । ଏହାଛଡା ନୂଆବର୍ଷ ଉତ୍ସବ ମନାଇବା ପାଇଁ କୌଣସି କାର୍ଯ୍ୟକ୍ରମ କରିବାକୁ ଅନୁମତି ମିଳିନାହିଁ ।
ସେହିପରି ନୂଆବର୍ଷକୁ ଦୃଷ୍ଟିରେ ରଖି ମୁମ୍ବାଇରେ ମଧ୍ୟ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ଆଜି ରାତି ୧୧ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ମୁମ୍ବାଇରେ ରେଷ୍ଟୁରାଣ୍ଟ, ପବ୍, ବାର, ରୁଫଟପ ଓ ବୋଟକୁ ନା କରାଯାଇଛି । ନାଇଟ କର୍ଫ୍ୟୁ ସମୟରେ ମୁମ୍ବାଇ ପୋଲିସ ଡ୍ରୋନ ମାଧ୍ୟମରେ ଲୋକଙ୍କ ଉପରେ ନଜର ରଖିବ । ଗୋଟିଏ ସ୍ଥାନରେ ୫ରୁ ଅଧିକ ଲୋକ ଯେପରି ଏକାଠି ନ ରହିବେ ସେଥିପାଇଁ ୧୪୪ ଧାରା ଲଗାଯିବ ।