(ଜ୍ୟୋତିରଞ୍ଜନ ଧର/କଣିହାଁ): ଅନୁଗୋଳ ଜିଲ୍ଲା ତାଲଚେର ଉପଖଣ୍ଡ କଣିହାଁ ଏନ.ଟି.ପି.ସି ଜାତୀୟ ପ୍ରକଳ୍ପ ପକ୍ଷରୁ ନୂଆଁ କୋଭିଡ କେୟାର ହସପିଟାଲ ଏବଂ ଜ୍ଵର ଡାଇଗ୍ନୋସିସ ସେଣ୍ଟର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରକଳ୍ପ ମୁଖ୍ୟ ମହାପ୍ରବନ୍ଧକ ସୁଦିପ ନାଗ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । କୋଭିଡ କେନ୍ଦ୍ର କରୋନା ରୋଗୀଙ୍କ ନିରାକରଣ ଏବଂ ଚିକିତ୍ସା ପାଇଁ ଏକ ନୋଡାଲ୍ ପଏଣ୍ଟ ଭାବରେ କାର୍ୟ୍ୟ କରିବ । ଆପୋଲୋ ହସ୍ପିଟାଲର ପ୍ରତିନିଧିଙ୍କ ଉପସ୍ଥିତିରେ କୋଭିଡ-୧୯ର ଶୀଘ୍ର ନିରାକରଣ ପାଇଁ ବ୍ୟବହୃତ ଟ୍ରୁନାଟ୍ ମେସିନର ଏକ ପ୍ରଦର୍ଶନ ମଧ୍ୟ କରାଯାଇଥିଲା । ଏହିଅବସରରେ ୯୦ ଜଣ କାରୋନା ଯୋଦ୍ଧାଙ୍କୁ ଶ୍ରୀ ନାଗ ସମ୍ମାନିତ କରିଥିଲେ । ଟ୍ରୁନାଟ୍ ମେସିନର ବ୍ୟବହାର କୋଭିଡ-୧୯ ନିରାକରଣରେ ଅଧିକ ଦକ୍ଷତା ସୁନିଶ୍ଚିତ କରିପାରିବ ବୋଲି ଶ୍ରୀ ନାଗ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏନ.ଏସ୍ ରାଓ, ଜିଏମ୍ (ଓ ଆଣ୍ଡ ଏମ୍), ଶ୍ରୀ ପି ସିଭାରାମକୃଷ୍ଣ, ଜିଏମ୍ (ଅପରେସନ୍), ଶ୍ରୀ ନବିନ ବାଗାଇ, ଶ୍ରୀ ରାଜୀବ ଖାନ୍ନା, ଜିଏମ୍ (ରକ୍ଷଣାବେକ୍ଷଣ) ଏବଂ ଶ୍ରୀ ପିଏମଜିଭି ଶ୍ରୀନିବାସ, ମାନବସମ୍ବଳ ଏଜିଏମ୍ ସମେତ ବରିଷ୍ଠ ଅଧିକାରୀ, କର୍ମଚାରୀ ପ୍ରମୁଖ ସାମିଲ ଥିଲେ ।