ସୋନପୁର/ଓମପ୍ରକାଶ ମିଶ୍ର : ସୁବର୍ଣ୍ଣପୁର ଜିଲ୍ଲା ତରଭା, ନୂତନ ବିଡିଓ ବିନୟ କୁମାର ପଟେଲ ଆଜି ତରଭା ବ୍ଲକ କାର୍ୟ୍ୟାଳୟରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ ସମ୍ବଲପୁର ଟିଆରଓ ଭାବେ କାର୍ୟ୍ୟ କରୁଥିଲେ। ତରଭା ବିଡିଓ ସୁଶ୍ରୀ ଚିନ୍ମୟୀ କହଁରଙ୍କ ସାଧାରଣ ପ୍ରଶାସନ ବିଭାଗକୁ ବଦଳି ପରେ ନୂତନ ଭାବେ ବିନୟ କୁମାର ପଟେଲ ବିଡିଓ ଭାବେ ଯୋଗ ଦେଇଛନ୍ତି। ଅଫିସର ମୁଖ୍ୟ କିରାଣୀ କରୁଣାକର ପାତ୍ର, ବିଏସ ଏସଓ ଯୁଧ୍ର ଭୋଇ, ନିଶିକାନ୍ତ ଦୋରା, ଦେବାଶିଷ ପଧାନ, ଜୟନ୍ତ ମାହାଣାଙ୍କ ସମେତ ଅଫିସର ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ନୂତନ ବିଡିଓଙ୍କୁ ସ୍ବାଗତ କରିଥିଲେ