ସତର୍କ କଲା ନେସ୍କୋ : ବିଦ୍ୟୁତ ବିଲ ପୈଠ ନ କଲେ ଲାଇନ କାଟ

(ରିପୋର୍ଟସ ଟୁଡ଼େ / ଭୁବନେଶ୍ୱର ): ବିଦ୍ୟୁତ ବିଲ ପୈଠ ନ କଲେ ଲାଇନ କାଟିବାକୁ ଚେତାବନୀ ଦେଲା ନେସ୍କୋ । ଉତ୍ତରରେ ଥିବା ଅନେକ ଜିଲ୍ଲାରେ ଘରୋଇ ଓ ବାଣିଜ୍ୟିକ ସଂସ୍ଥାର ବିଦ୍ୟୁତ ବିଲ ୧୫୦୦ କୋଟି ଟଙ୍କା ବାକି ପଡ଼ିଛି । ବିଦ୍ୟୁତ ଉପଭୋକ୍ତାଙ୍କୁ ଫେବୃଆରୀ ୨ ତାରିଖରେ ବକେୟା ବିଲ ପାଇଁ ନୋଟିସ କରିବ । ନୋଟିସର ୧୫ ଦିନ ମଧ୍ୟରେ ଗ୍ରାହକଙ୍କୁ ବିଲ ଭରିବାକୁ ନେସ୍କୋ ଚେତାବନୀ ଦେଇଛି । ୧୮ ତାରିଖରୁ ଜିଲ୍ଲାରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କାର୍ୟ୍ୟ ଆରମ୍ଭ ହେବ । ବକେୟା ବିଲ ନଦେଲେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ସହ ଜରିମାନା ଆଦାୟ କରାଯିବ ବୋଲି ସାମ୍ବାଦିକ ସମ୍ମୀଳନୀ କରି ନେସ୍କୋ ପକ୍ଷରୁ ସୂଚନା ଦିଆଯାଇଛି ।
ବକେୟା ବିଦ୍ୟୁତ ବିଲ ଉପରେ ସେସୁର କାର୍ୟ୍ୟାନୁଷ୍ଠାନ ପରେ ଏବେ ନେସ୍କୋ ପାଳି । ଉଲ୍ଲେଖଯୋଗ୍ୟ, ନିକଟରେ ବିଦ୍ୟୁତ ବିଲ ବକେୟା ଥିବାରୁ ବିଲ ପୈଠ ପାଇଁ ସେସୁ ପକ୍ଷରୁ ନୋଟିସ ଜାରି କରାଯାଇଥଲା । ସମୟ ଅବଧି ସରିବା ପରେ କିଛି ସ୍ଥାନରେ ଲାଇନ କାଟ ମଧ୍ୟ ଆରମ୍ଭ ହୋଇଥିଲା । ଅନେକ ଘରର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା ସହ ବିଲ ଟଙ୍କା ଆଦାୟ ମଧ୍ୟ ହୋଇଥିଲା ।