କରୋନାରେ ସଂକ୍ରମିତ ହେଲା ଗାୟିକା ନେହା ଭସିନ୍
କରୋନାରେ ସଂକ୍ରମିତ ହେଲେ ବିଗ୍ ବସ୍ ୧୫ ଫେମ୍ ବା ଗାୟିକା ନେହା ଭସିନ୍ ।
(ମୁମ୍ବାଇ) : କରୋନାରେ ସଂକ୍ରମିତ ହେଲେ ବିଗ୍ ବସ୍ ୧୫ ଫେମ୍ ବା ଗାୟିକା ନେହା ଭସିନ୍ । ନେହା ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଇନଷ୍ଟାଗ୍ରାମରେ ପୋଷ୍ଟ କରି ନେହା
ସୂଚନାନୁଯାୟୀ , ଇନଷ୍ଟାଗ୍ରାମ ଷ୍ଟୋରୀରେ ନେହା ୩ ଟି ପୋଷ୍ଟ ସେୟାର କରିଛନ୍ତି। ପ୍ରଥମ ପୋଷ୍ଟରେ ସେ କେବଳ କୋଭିଡ ପଜିଟିଭ୍ ଲେଖିଛନ୍ତି। ଦ୍ୱିତୀୟ ପୋଷ୍ଟରେ ସେ ଲେଖିଛନ୍ତି, ହେ ଭଗବାନ, ମୁଁ ଗତ ୪୮ ଘଣ୍ଟା ଧରି ଜ୍ୱରରେ ପୀଡିତ। ଏଥି ସହିତ, ତୃତୀୟ ପୋଷ୍ଟ ମାଧ୍ୟମରେ ସେ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ପୋଷ୍ଟରେ ସେ ଲେଖିଛନ୍ତି, ଆପଣଙ୍କ ପ୍ରାର୍ଥନା ପାଇଁ ଧନ୍ୟବାଦ .. ମୁଁ ଶୀଘ୍ର ଭଲ ହୋଇଯିବି। ସୁରକ୍ଷିତ ରୁହନ୍ତୁ।