ଭୁବନେଶ୍ୱର : ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ନୀଟ ୨୦୨୨ ପରୀକ୍ଷା ଫଳ ପ୍ରକାଶ ପାଇଛି। ୧୮ ଲକ୍ଷରୁ ଊଦ୍ଧ୍ୱର୍ ମେଡିକାଲ ଆଶାୟୀଙ୍କ ଫଳ ପ୍ରକାଶ ପାଇଛି । ୨୦୨୨ ନିଟ୍ ପରୀକ୍ଷାଫଳ ସହ ଏନଟିଏ ଅନ୍ତିମ ନିଟ୍ ଉତର ପତ୍ର ଓ ସର୍ବଭାରତୀୟ ରାଙ୍କ ପ୍ରକାଶ ପାଇଛି । ଜାତୀୟ ପରୀକ୍ଷଣ ସଂସ୍ଥା ଦ୍ଵାରା ଘୋଷିତ ପରୀକ୍ଷା ଫଳ ଅନୁଯାୟୀ ସର୍ବ ଭାରତରେ ରାଜସ୍ଥାନର ତାନିଷ୍କ ଟପର ହୋଇଛନ୍ତି।
ତେବେ ଓଡ଼ିଶାରୁ ସୋମଦତ୍ତ ନାୟକ ଟପର ହୋଇଛନ୍ତି। ସୋମଦତ୍ତ ନାୟକ ୯୯.୯୯ ପର୍ଷଣ୍ଟାଇଲା ସ୍କୋର ରଖି ଓଡ଼ିଶାରୁ ଆଗରେ ରହିଥିବା ବେଳେ ସର୍ବ ଭାରତୀୟ ରାକିଂ ରେ ୩୯ ରେ ରହିଛନ୍ତି। ଚଳିତ ବର୍ଷ ଓଡ଼ିଶା ଭାଷାରେ ୮୨୨ ଜଣ ଓଡ଼ିଆ ଭାଷାରେ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଥିଲେ।
ଅନ୍ୟପଟେ ଓଡ଼ିଶା ରୁ ୪୪ ହଜାର ୯୪୭ ଜଣ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଥିବା ବେଳେ ସେମନଙ୍କର ମଧ୍ୟରୁ ୪୩ ହଜାର ୮୦ ଜଣ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୨୬ ହଜାର ୨୭୯ ଜଣ ପରୀକ୍ଷାରେ କୃତକାର୍ୟ୍ୟ ହୋଇଛନ୍ତି। ଦେଶରେ ୧୦ ଜଣ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଓଡ଼ିଶାରୁ ୨ ଜଣ ସ୍ଥାନ ପାଇଛନ୍ତି। ଦିତୀୟ ସ୍ଥାନରେ ପ୍ରିତମ ଗୋଛାୟତ ଓ ୫ ସ୍ଥାନରେ ଚନ୍ଦନ ଦାସ ରହିଛନ୍ତି।
