( ରିପୋର୍ଟସ ଟୁଡେ): ବରିଷ୍ଠ ରାଜନେତା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ଡି ତିୱାରୀଙ୍କର ଆଜି ବିୟୋଗ ହୋଇଛି। ଆଜି ଥିଲା ତାଙ୍କର ୯୩ତମ ଜନ୍ମଦିନ ତାଙ୍କର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇପଡ଼ିବାରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆଜି ସେ ୨.୫୦ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦର ସିଂହ ଟ୍ୱିଟ୍ କରିଛନ୍ତି।
ଆଜି ଶ୍ରୀ ତିୱାରୀଙ୍କ ୯୩ତମ ଜନ୍ମ ଦିନଥିଲା। ଏଥିପାଇଁ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ହେଲେ କେହି ଜାଣି ନଥିଲେ ଜନ୍ମଦିନରେ ହିଁ ସେ ପରଲୋକ ଗମନ କରିବେ। ଉତ୍ତରାଖଣ୍ଡ ପ୍ରତି ତିୱାରୀଙ୍କ ଅବଦାନକୁ କେହି କେବେ ବି ଭୁଲି ପାରିବେ ନାହିଁ ବୋଲି ସେ କହିଛନ୍ତି। ଶ୍ରୀ ତିୱାରୀ ୨୦୦୨-୨୦୦୭ ଯାଏ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ କାର୍ୟ୍ୟ କରିଥିଲେ।