ସିଇଆଇଙ୍କୁ ଫେରାଦ ହେବ ବିଜେପି

(ଆଦର୍ଶ ରାଉତ) ଭୁବନେଶ୍ୱର: ନବୀନ ପଟ୍ଟନାୟକ ଦୁଇଟି ଆସନରୁ ପ୍ରାର୍ଥୀ ହୋଇଥିବା ଆଇନ ବିରୋଧୀ ଓ ସେ ତାଙ୍କ ସତ୍ୟପାଠରେ ତାଙ୍କ ନାମରେ ଅପରାଧିକ ମାମଲା  ନ ଦର୍ଶାଇବାକୁ ବିରୋଧ କରିଛି ବିଜେପି । ଏହାକୁ ନେଇ ବାରମ୍ବାର ସିଇଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସିଇଓ କୌଣସି ପଦକ୍ଷେପ ନ ନେବା ଓ ପ୍ରାର୍ଥୀ ପତ୍ର ନାକଚ ନ କରିବା ଉପରେ ପ୍ରଶ୍ନ କରିଛି ବିଜେପି । ଏହାକୁ ନେଇ ବିଜେପି ସିଇଆଇଙ୍କ ନିକଟରେ ଫେରାଦ ଦେବ ବୋଲି କହିଛନ୍ତି ବିଜେପି ଉପସଭାପତି ସମୀନ ମହାନ୍ତି ।
ଅଭିଯୋଗ ପରେ ମଧ୍ୟ କିପରି ତାଙ୍କ ପ୍ରାର୍ଥୀ ପତ୍ର ନାକଚ ହୋଇ ନାହିଁ ତାହାକୁ ପ୍ରଶ୍ନ କରିଛି ବିଜେପି । ଆସିକା ବିଧାସଭା ମଣ୍ଡଳୀର ବିଜେଡି ପ୍ରାର୍ଥୀ ପ୍ରମିଳା ବିଶୋଇଙ୍କ ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତା ପ୍ରାଇମେରୀ ଦର୍ଶାଇବାକୁ ବିଜେପି ବିରୋଧ କରିଛି । ପ୍ରାଇମେରୀରେ ୧ରୁ ୫ ଶ୍ରେଣୀ ଥିବାବେଳେ କେବଳ ପ୍ରାଇମେରୀ ଉଲ୍ଲେଖ କରିବାକୁ ନେଇ କିପରି ରିଟର୍ଣ୍ଣିଂ ଅଫିସର ଆପତ୍ତି ଉଠେଇ ନାହାନ୍ତି ତାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ବିଜେପି ।